Tue. Sep 29th, 2026

ଦୁର୍ନୀତି ଅଭିଯୋଗରେ ପୁଲିସ ଏ ଏସ ଆଇ ନିଲମ୍ବିତ

329 Views

ଭୁବନେଶ୍ୱର  : ଦୁର୍ନୀତି ଅଭିଯୋଗରେ ଆଜି ଜଣେ ପୁଲିସ ଏ ଏସ ଆଇଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି। ଏହି ପୁଲିସ ଅଧିକାରୀଜଣକ ହେଲେ ଅର୍ଜୁନ କହଁର। ଦୁର୍ନୀତି ଅଭିଯୋଗରେ ସ୍ପେଶାଲ ସ୍କ୍ୱାଡ ଏଏସଆଇ ଅର୍ଜୁନ କହଁରଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ନେଇ କଟକ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁସାରେ, ଅର୍ଜୁନ କହଁରଙ୍କ ନାଁରେ ଦୀର୍ଘ ଦିନରୁ ଦୁର୍ନୀତି ମାମଲା ରହିଥିଲା । ଏହା ଉପରେ ତଦନ୍ତ ଚାଲିଥିଲା । ତେବେ ତଦନ୍ତ ସରିବା ପରେ ଏଏସଆଇ ଅର୍ଜୁନ କହଁରଙ୍କ ନାଁରେ ଦୁର୍ନୀତିର ଆପାତତଃ ପ୍ରମାଣ ମିଳିଛି। ଏହାପରେ ତାଙ୍କୁ ଆଜି ନିଲମ୍ବନ କରାଯାଇଛି । ଅପରାଧୀଙ୍କ ସହ ମଧ୍ୟ ଅର୍ଜୁନ ସମ୍ପର୍କ ରଖିଥିବାର ପ୍ରମାଣ ମିଳିଥିବା କୁହାଯାଇଛି ।

ସୂଚନାଯୋଗ୍ୟ, ଆଗରୁ କମିସନରେଟ ପୁଲିସ ପକ୍ଷରୁ ଏଏସଆଇ ଅର୍ଜୁନ କହଁରଙ୍କ ନାଁରେ ଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାଲାଗି କଟକ ଡିସିପି ଅଖିଳେଶ୍ବର ସିଂହଙ୍କୁ ଦାୟିତ୍ବ ଭାର ଦିଆଯାଇଥିଲା।

By amfnews

Related Post