Sun. Aug 2nd, 2026

୧୦ ଖଣି ନିଲାମ ପାଇଁ ବିଜ୍ଞପ୍ତି ଜାରି, ଟେଣ୍ଡର ଆହ୍ୱାନର ଶେଷ ତାରିଖ ନଭେମ୍ବର ୧୮

214 Views

ଭୁବନେଶ୍ବର : ସରକାର ପ୍ରାଥମିକ ପର୍ଯ୍ୟାୟରେ ଲୁହାପଥର ଓ ମାଙ୍ଗାନିଜ ଖଣି ମିଶି ମୋଟ ୧୦ଟି ଖଣି ନିଲାମ କରିବେ। ଖଣି ନିଲାମ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଅନୁମୋଦନ ପରେ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ନୂଆଗାଁ ଲୁହା ପଥର ଖଣି, ଠାକୁରମୁଣ୍ଡା ଲୁହା ପଥର, ସିଲିଯୋରା-କାଳିମାଟି ଲୁହା ଓ ମାଙ୍ଗାନିଜ୍ ବ୍ଲକ୍, ଜିଲିଂ-ଲାଙ୍ଗାଲୋଟା ଲୁହା ପଥର, ଜରିବାହାଲ ଲୁହାପଥର, ରୋଇଡ଼ା-୨ ଲୁହା ପଥର, ଜୁରୁରୀ ଲୁହା ପଥର, ନାରାୟଣପୋଷୀ ଲୁହା ପଥର ଓ ମାଙ୍ଗାନିଜ୍, ମହୁଲୁଖା ଲୁହା ପଥର ଓ ମାଙ୍ଗାନିଜ୍ ଓ ଗଣୁଆ ଲୁହା ପଥର ଖଣି ନିଲାମ କରାଯିବ।

ଏହିସବୁ ଖଣି ନିଲାମ ପାଇଁ ପ୍ରଥମେ ଟେଣ୍ଡର ଆହ୍ବାନ କରାଯାଇଛି। ଟେଣ୍ଡର ଫି ବାବଦରେ ୫ ଲକ୍ଷ ଟଙ୍କା ଲେଖାଏଁ ଫି ଆବେଦନକାରୀଙ୍କୁ ଦାଖଲ କରିବାକୁ ପଡ଼ିବ। ନଭେମ୍ବର ୧୫ ତାରିଖରୁ ୧୮ ତାରିଖ ଭିତରେ ଟେଣ୍ଡର ପକାଇବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଖଣି ନିଲାମି ବିଷୟରେ ବିସ୍ତୃତ ବିବରଣୀ ପାଇଁ ଏମଏସଟିସି ଲିମିଟେଡ ଵେବସାଇଟକୁ ଲଗ୍ ଇନ୍ କରି ଆବେଦନ ଫର୍ମ ଡାଉନଲୋଡ କରିବାକୁ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଜଣାଇ ଦିଆଯାଇଛି।

By amfnews

Related Post