Fri. Apr 24th, 2026

୧୦୦ କୋଟି କ୍ଲବରେ ସାମିଲ ହେଲା ‘ଟୋଟାଲ ଧମାଲ୍’

296 Views

ମୁମ୍ବାଇ: ଏ ବର୍ଷର ପ୍ରଥମ କମେଡି ସିନେମା ‘ଟୋଟାଲ ଧମାଲ୍’ ବକ୍ସଅଫିସରେ ମାତ୍ର ୯ ଦିନ ପରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ‘ଟୋଟାଲ୍ ଧମାଲ୍’ ହେଉଛି ମାଧୁରୀ ଦୀକ୍ଷିତଙ୍କ କ୍ୟାରିୟର୍ର ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ପ୍ରଥମ ଫିଲ୍ମ । ଅପରପକ୍ଷରେ ଏହା ହେଉଛି ଅଜୟ ଦେବଗନଙ୍କ କ୍ୟାରିୟରର ନବମ ଫିଲ୍ମ, ଯାହା ୧୦୦ କୋଟି କୋଟି କ୍ଲବରେ ସାମିଲ ହୋଇଛି। ସେହିପରି ରିତେଶ୍ ଦେଶମୁଖଙ୍କ ଏହା ପଞ୍ଚମ, ଅନିଲ କପୁର ଓ ଅରସାଦ୍ ୱାର୍ସିଙ୍କ ଏହା ୩ୟ ଫିଲ୍ମ ଯାହା ୧୦୦ କୋଟି କ୍ଲବରେ ସାମିଲ ହୋଇଛି।

ଏଠାରେ ସୂଚନାଯୋଗ୍ୟ ଯେ ଏହି ସିନେମା ପ୍ରଥମ ଦିନ ୧୬.୦ କୋଟି ଟଙ୍କାର ଆୟ କରିଥିଲା। ଦ୍ୱିତୀୟ ଦିନ ଏହା ୨୦.୪୦ କୋଟି ଟଙ୍କାର ଆୟ କରିଥିଲା। ଏପରିଭାବେ ପ୍ରଥମ ଦୁଇ ଦିନରେ ଏହାର କଲେକସନ୍ ୩୬ .୫୦ କୋଟିରେ ପହଞ୍ଚିଥିଲା।  ପ୍ରଥମ ସପ୍ତାହାନ୍ତରେ ମୋଟ ୬୪ କୋଟି ଟଙ୍କାର ଆୟ କରିଥିଲା।

ଏହା ବର୍ଷର ସବୁଠାରୁ ବଡ଼ ଉଇକେଣ୍ଡ ଓପନିଂ ବୋଲି ବି ଜଣାଯାଇଥିଲା। ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍ ଧମାଲ୍’ ଏକ ମଲ୍ଟି ଷ୍ଟାର୍ର ଫିଲ୍ମ। ଏହି ସିନେମାରେ ଅନୀଲ କପୁର, ଅଜୟ ଦେବଗନ୍, ଅରସାଦ୍ ଓ୍ଵାରସୀ, ରିତେଶ ଦେଶମୁଖ୍, ଜନି ଲିଭର୍, ମାଧୁରୀ ଦୀକ୍ଷିତ, ବୋମନ୍ ଇରାନୀ ଓ ସଂଜୟ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ଏହା ଗତ ୨୨ ତାରିଖରେ ରିଲିଜ୍ ହୋଇଥିଲା। ଇନ୍ଦ୍ର କୁମାର ଏବଂ ଅଜୟ ଦେବଗନ୍ ଏହାର ପ୍ରଯୋଜକ ।

By amfnews

Related Post