Thu. May 14th, 2026

ହଷ୍ଟେଲ୍‌ ଓ୍ଵାର୍ଡେନ୍‌ ଓ ତାଙ୍କ ସ୍ୱାମୀଙ୍କ ଦ୍ୱାରା ଦୁଇ ନାବାଳିକା ଉତ୍‌ପୀଡ଼ିତା

351 Views

ଜୟପୁର: ରାଜସ୍ଥାନର ଅଲଓ୍ଵାର୍‌ ଜିଲ୍ଲାରେ ଗୋଟିଏ ସରକାରୀ ହଷ୍ଟେଲ୍‌ରେ ଦୁଇ ଜଣ ନାବାଳିକାଙ୍କ ସହ ଓ୍ଵାର୍ଡେନ୍‌, ତାଙ୍କ ସ୍ୱାମୀ ଓ ତାଙ୍କର ବନ୍ଧୁମାନେ ଅସଦାଚରଣ କରିଥିବା କଥା ରବିବାର ଦିନ ପୁଲିସ କହିଛି।

ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଝିଅମାନଙ୍କୁ ହଷ୍ଟେଲ୍‌ ଓ୍ଵାର୍ଡେନ୍‌ ଘରକୁ ଡାକି ଅସଦାଚରଣ କରୁଥିଲେ। ତାଙ୍କୁ ସ୍ୱାମୀ ସେ ଝିଅମାନଙ୍କୁ ତାଙ୍କ ବନ୍ଧୁମାନଙ୍କ ସହ ମିଳାମିଶା କରିବାକୁ ବାଧ୍ୟ କରୁଥିଲେ ବୋଲି ଅଲ୍‌ଓ୍ଵାର୍‌ର ଅତିରିକ୍ତ ଏସ୍‌ପି ମହେଶ ତ୍ରିପାଠୀ କହିଛନ୍ତି।ଝିଅମାନେ ଅଭିଯୋଗ କରିଛନ୍ତି ଯେ ହଷ୍ଟେଲ୍‌ ଓ୍ଵାର୍ଡେନ୍‌, ତାଙ୍କ ସ୍ୱାମୀ ଓ ଅନ୍ୟମାନେ କିଛି ଦିନ ହେବ ସେମାନଙ୍କୁ ଓ ଅନ୍ୟ ଝିଅମାନଙ୍କ ପ୍ରତି ଅସଦାଚରଣ କରିଛନ୍ତି।

ଝିଅମାନେ ସ୍କୁଲ୍‌ ପ୍ରିନ୍‌ସିପାଲ୍‌ଙ୍କୁ ଦେଇଥିବା ଲିଖିତ ଅଭିଯୋଗରେ ଅନ୍ୟ କେତେଜଣଙ୍କ ଦସ୍ତଖତ ରହିଛି। ପ୍ରିନ୍‌ସିପାଲ୍‌ ଶନିବାର ଦିନ ହଷ୍ଟେଲ୍‌କୁ ଯାଇ ପୁଲିସକୁ ସୂଚନା ଦେଇଥିଲେ।ସେମାନଙ୍କ ଅଭିଯୋଗ ଆଧାରରେ ପୋକ୍‌ସୋ ଆଇନ୍‌ରେ ଏଫ୍‌ଆଇଆର୍‌ ଦାଏର କରାଯାଇ ପୀଡ଼ିତାମାନଙ୍କର ବୟାନ ରେକର୍ଡ କରାଯାଇଛି।

ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଏ ଘଟନାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।

By amfnews

Related Post