Sun. May 12th, 2024

ୟୁକ୍ରେନର ନର୍ସିଂହୋମ୍‌ରେ ଭୟାବହ ଅଗ୍ନିକାଣ୍ଡ; ୧୫ ଜଣଙ୍କର ମୃତ୍ୟୁ, ୫ ଗୁରୁତର

By amfnews Jan 22, 2021 #Featured
137 Views

ନୂଆଦିଲ୍ଲୀ, ଜାନୁଆରୀ ୨୨ : ୟୁକ୍ରେନ୍‌ର ଖାର୍କିବ ସହରରେ ଥିବା ଏକ ନର୍ସିଂହୋମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଛି । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛନ୍ତି । ଏହି ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଖାର୍କିବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଅଗ୍ନିକାଣ୍ଡ ଘଟଣା ଘଟିଥିଲା । ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ । ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ନର୍ସିଂହୋମରୁ ରୋଗୀ ଓ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଏହା ପୂର୍ବରୁ ୧୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲେ । ସେହିପରି ଅନ୍ୟ ୫ ଜଣ ମଧ୍ୟ ଗୁରୁତର ହୋଇସାରିଥିଲେ । 

ନର୍ସିଂହୋମ ୨ ମହଲା ବିଶିଷ୍ଟ ଥିଲା । କେଉଁକାରଣରୁ ନିଆଁ ଲାଗିଲା ଏହାର ତଦନ୍ତ ଚାଲିଛି । ନର୍ସିଂହୋମର ଯେଉଁ କୋଠାରେ ନିଆଁ ଲାଗିଲା, ତାହା ଆବାସିକ ଅଂଚଳ ଥିଲା । ଏହି ଆବାସିକ ପରିସରରେ ନର୍ସିଂହୋମ ପରିଚାଳିତ ହେବା ପାଇଁ ଅନୁମତି ନିଆଯାଇଥିଲା କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । 

By amfnews

Related Post