Sun. Oct 4th, 2026

ଆଇଟିଓ ଅଞ୍ଚଳର ବହୁତଳ ପ୍ରାସାଦରେ ଲାଗିଗଲା ନିଆଁ, ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ପହଞ୍ଚିଲେ ଦମକଳବାହିନୀ

465 Views

ନୂଆଦିଲ୍ଲୀ, ଜାନୁଆରୀ ୨୨ : ରାଜଧାନୀ ନୂଆଦିଲ୍ଲୀର ଆଇଟିଓ ଅଞ୍ଚଳରେ ଏକ କୋଠାରେ ନିଆଁ ଲାଗିଯାଇଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗର ୩ଟି ଗାଡି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ନିଆଁ ଲାଗିବାର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏପର୍ଯ୍ୟନ୍ତ ଅଘଟଣରେ କ୍ଷୟକ୍ଷତି ସମ୍ବନ୍ଧରେ ଜଣାପଡିନାହିଁ। ଅଗ୍ନିଶମ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଆଇଟିଓ ଅଞ୍ଚଳରେ ଥିବା ଏକ କୋଠାରେ ନିଆଁ ଲାଗିଯାଇଛି। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post