Fri. May 10th, 2024

ହେମା ମାଳିନୀଙ୍କ ବିରୋଧରେ ନିର୍ବାଚନ ଆଚାରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ନୋଟିସ ଜାରୀ

By amfnews Apr 4, 2019 #Featured
465 Views

ମଥୁରା, ଅପ୍ରେଲ ୦୪ : ମଥୁରାର ସଂସଦୀୟ ଆସନରୁ ବିଜେପି ପ୍ରତ୍ୟାଶୀ ଏବଂ ସିନେ ଅଭିନେତ୍ରୀ ହେମା ମାଳିନୀ ନିର୍ବାଚନ ଆଚାର ସଂହିତା ଉଲ୍ଲଙ୍ଘନରେ ଫସିଛନ୍ତି । ତାଙ୍କୁ ନିର୍ବାଚନ ଅଧିକାରୀ ନୋଟିସ ଜାରୀ କରିଛନ୍ତି । ଭାରତୀୟ ନିର୍ବାଚନ ଆୟୋଗର ଶକ୍ତ ଆଦେଶ ସତ୍ୱେ ମଧ୍ୟ ଦଳ ପରିଷଦୀୟ ପ୍ରାଥମିକ ବିଦ୍ୟାଳୟ ଆଝଇ ଭବନରେ ନିର୍ବାଚନ ପାଇଁ ସଭା କରିଥିଲା ବୋଲି ଏହି ଅଭିଯୋଗ ହୋଇଛି ।

ବିଜେପି ପ୍ରତ୍ୟାଶୀ ହେମା ମାଳିନୀଙ୍କ ନିର୍ବାଚନୀ ସଭା ଗତ ମଙ୍ଗଳବାର ଦିନ ଚୌମୁହାଁ ବ୍ଲକର ଆଝାଇ ଗ୍ରାମରେ କରିବା ପାଇଁ ଅନୁମତି ନିଆଯାଇଥିଲା । କିନ୍ତୁ ଗାଁରେ ନିର୍ବାଚନୀ ସଭା କରିବା ବଦଳରେ ଗାଁରେ ଥିବା ପରିଷଦୀୟ ପ୍ରାଥମିକ ବିଦ୍ୟାଳୟ ଆଝାଇ ପ୍ରାଙ୍ଗଣରେ କରାଯାଇଥିଲା । କେବଳ ସେତିକି ନୁହେଁ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସଭାସ୍ଥଳରେ ମଂଚ ଉପରେ ଡ୍ୟାନ୍ସ କରାଯାଇଥିଲା । ଏହା ପରେ ଲୋକମାନେ ଏକତ୍ରିତ ହେବା ପରେ ହେମା ମାଳିନୀ ସମ୍ବିନ୍ଧିତ କରିଥିଲେ । ବିଦ୍ୟାଳୟ ସଂଚାଳନ ସମୟରେ ନିର୍ବାଚନୀ ସଭା କରିବା ଅଭିଯୋଗରେ ସହାୟକ ନିର୍ବାଚନୀ ଅଧିକାରୀ ଏସଡିଏମ ଛାତା ଆରଡି ରାମ ଆଚାର ସଂହିତା ଉଲ୍ଲଙ୍ଘନର ନୋଟିସ ଜାରୀ କରିଛନ୍ତି ।

୨୪ ଘଂଟା ମଧ୍ୟରେ ଏହି ନୋଟିସର ଜବାବ ଦେବା ପାଇଁ ହମୋ ମାଳିନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସଭାରେ ମହିଳା ଡ୍ୟାନ୍ସ ପାର୍ଟିର ଆୟୋଜନକୁ ଭୁଲ କହି ରାଲୋଦ ମହାନଗର ସଂଯୋଜକ ତାରାଚାନ୍ଦ ଗୋସ୍ୱାମୀ ବିଜେପି ପ୍ରତ୍ୟାଶୀଙ୍କ ବିରୋଧରେ ରିପୋର୍ଟ ଦର୍ଜ କରିଛନ୍ତି ।

By amfnews

Related Post