Thu. May 16th, 2024

ହିରୋ ମୋଟୋକର୍ପ ପକ୍ଷରୁ ଏକ୍ସଟ୍ରିମ୍-୨୦୦ଆର୍ର ବଜାର ପ୍ରବେଶ

rklsanchar@gmail.com' By J.N. Pradhan Sep 13, 2018 #Featured
162 Views

ରାଉରକେଲା, ୧୩ା୯ : ବିଶ୍ୱର ବୃହତ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିଃ. ପକ୍ଷରୁ ଏହାର ପ୍ରିମିୟମ ସେଗ୍ମେଣ୍ଟରେ କାରବାର ବୃଦ୍ଧି ନିମନ୍ତେ ନୂଆ ଏକ୍ସଟ୍ରିମ୍-୨୦୦ଆର୍ର ବଜାର ପ୍ରବେଶ କରିଛି । ଏହି ବାଇକ୍ ପ୍ରତି ଯୁବ ବର୍ଗଙ୍କ ବିଶେଷ ଆକର୍ଷଣ ରହିଛି । ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ୯୦,୦୦୦ ଟଙ୍କା ରଖାଯାଇଛି ।

ତେବେ ଏହି ଏକ୍ସଟ୍ରିମ୍-୨୦୦ଆର୍ରରେ ସୁରକ୍ଷିତ ଆଣ୍ଟି ଲକ୍ ବ୍ରେକ୍ ସିଷ୍ଟମ, ଏବିଏସ୍ ସିଷ୍ଟମ, ୨୦୦ ସିସି ଏୟାର କୁଲ୍ଡ ଇଞ୍ଜିନ, ବିଏସ୍-୪ ଯୋଗ୍ୟତା, ଏୟାର କୁଲ୍ଡ ଇଞ୍ଜିନ, ୧୮.୪ ପିଏସ୍ ପାୱାର ଆଉଟ୍ପୁଟ୍ ସହିତ ୮୦୦୦ ଆର୍ପିଏମ୍, ୧୭.୧ ଏନ୍ଏମ୍ ଟର୍କ ସହିତ ୬୫୦୦ ଆର୍ପିଏମ୍ ବୈଶିଷ୍ଟ୍ୟ ରହିଛି । ଏହା ମାତ୍ର ୪.୬ ସେକେଣ୍ଡରେ ୦ରୁ ୬୦ ଘଣ୍ଟା ପ୍ରତି କିମି ଗତି ହାସଲ କରିଥାଏ । ଏହି ଯାନଟି ଚାଳକଙ୍କୁ ଅନନ୍ୟ ପ୍ରିମିୟମ୍ ଅଭିଜ୍ଞତା ତଥା ଅଶେଷ ଆନନ୍ଦ ପ୍ରଦାନ କରିବାକୁ ସକ୍ଷମ ହେବ ।

ଏଥିରେ ଏଲ୍ଇଡି ପାଇଲଟ୍ ଲ୍ୟାମ୍ପ ଓ ଏଲ୍ଇଡି ଟେଲ୍ ଲ୍ୟାମ୍ପ୍ ରହିଛି । ଏଥିରେ ଲମ୍ବା ସିଟ୍ ଆକର୍ଷଣୀୟ ଇଣ୍ଡିକେଟର, ବୃହତ ଇନ୍ଧନ ଟାଙ୍କି, ଅଟୋମେଟିକ ହେଡ୍ଲ୍ୟାମ୍ପ ଅନ୍ (ଏଏଚ୍ଓ) ପ୍ରଭୃତି ବୈଶିଷ୍ଟ୍ୟ ରହିଛି । ଏଥିରେ ୨୭୬ ଏମ୍ଏମ୍ ସମ୍ମୁଖ ଡିସ୍କ, ୨୨୦ ପଛ ଡିସ୍କ୍, ଏବିଏସ୍ ସିଷ୍ଟମ, ୩୭ ଏମ୍ଏମ୍ ସମ୍ମୁଖ ଫର୍କ ୭-ଷ୍ଟେପ୍ ମନୋସକ୍ ସସ୍ପେନସନ୍, ୧୭ ଇଞ୍ଚ ୧୩୦/୭୦ ଚଉଡା ଟାୟାର ରହିଛି । ଏହି ପ୍ୟାନ୍ଥର-ବ୍ଲକ୍ କୁଲ୍ ସିଲ୍ଭର, ପ୍ୟାନ୍ଥର ବ୍ଲାକ୍ ରେଡ୍, ସ୍ପୋର୍ଟସ୍ ରେଡ୍, ଚାରକୋଲ୍ ଗ୍ରେ, ଅରେଞ୍ଜ ଏବଂ ଟୋକ୍ନୋ ବ୍ଲୁ ଆଦି ୫ଟି ରଙ୍ଗରେ ଉପଲବ୍ଧ ହେଉଛି ।

Related Post