Wed. May 15th, 2024

ଅବକାରୀ ଚଢ଼ଉ: ୧୦ ଗିରଫ, ମଦ ଓ ମହୁଲ ପୋଚ ଜବତ

rklsanchar@gmail.com' By J.N. Pradhan Sep 13, 2018 #Featured
198 Views

ରାଉରକେଲା, ୧୩ା୯   : ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବିଶ୍ରା ଥାନା ଅନ୍ତର୍ଗତ ଓଡୁଷୁ, ବାଗ୍ଡେଗା ଓ ଭୂମିଜଟୋଲା ଅଞ୍ଚଳରେ ଚଢ଼ଉ କରାଯାଇ ଚୋରା ମଦ କାରବାର ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨୭୦ ଲିଟର ଚୋରା ଦେଶୀ ମଦ ଓ ୧ ହଜାର ୨୫୦ କେଜି ମହୁଲ ପୋଚ ଜବତ କରାଯାଇଛି । ଅବକାରୀ ଅଧିକାରୀ ମିିହିର କୁମାର ସେଠୀ ଓ ପ୍ରମୋଦ କୁମାର ଚୌଧୁରୀଙ୍କ ନେତୃତ୍ୱରେ ଅବକାରୀ ବିଭାଗ କର୍ମଚାରୀମାନେ ଉଡୁଷୁ ଗ୍ରାମରେ ଚଢ଼ଉ କରିଥିଲେ ।

ଚୋରା ଦେଶୀ ମଦ କାରବାର ଅଭିଯୋଗରେ ସେହି ଗାଁରୁ ସୋନା ମୁଣ୍ଡା, ଶାନ୍ତି ମୁଣ୍ଡା, ପ୍ରମିଳା ମୁଣ୍ଡା, ବାଗଡେଗା ଗାଁର ବୁଧୁନି ମହାଳିକ, ଶିବଶଙ୍କର ମହାଳିକ ଓ ଦିଲୀପ କୁମାର ମହାଳିକଙ୍କୁ ଗିରଫ କରିଥିଲେ । ସେହିପରି ଭୂମିଜଟୋଲାର ଜୟନ୍ତୀ ସମାସୀ, ମଲିକା ମାହାତୋ, ପାର୍ବତୀ ସମାସୀ ଓ ସମାରୁ ମହାଳିକକୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨୭୦ ଲିଟର ଚୋରା ଦେଶୀ ମଦ ସହିତ ୧୨୫୦ କେଜି ମହୁଲ ପୋଚ ଜବତ କରାଯାଇଛି ।

Related Post