Sun. Aug 2nd, 2026

ହକି ବିଶ୍ୱକପ୍‌ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

301 Views

ଭୁବନେଶ୍ୱର, ନଭେମ୍ବର ୨୬: ହକି ବିଶ୍ୱକପ୍‌ ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି। ୨୭ ତାରିଖ ଦିନ ଭୁବନେଶ୍ୱରର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ରାଜ୍ୟର ଅନ୍ୟ ସବୁ ଶିକ୍ଷାନୁଷ୍ଠାନ ଦିନ ସାଢେ ୧ଟାରୁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।ସେହିପରି ୨୭ରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସାଢେ ୧ଟାରୁ ବନ୍ଦ ରହିବ।ସେପଟେ ୨୮ରେ କଟକର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ ୧ଟା ୩୦ରୁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ୨ଟି ପର୍ଯ୍ୟାୟରେ ହେବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ଏବଂ ୨୮ ତାରିଖରେ ବାରବାଟୀରେ ହେବ।

ଉଭୟ ସ୍ଥାନରେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍.ରହମାନଙ୍କ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ତା’ ସହ ଅନେକ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଉଭୟ କାର୍ଯ୍ୟକ୍ରମରେ ସାମିଲ ହେବେ। ନଭେମ୍ବର ୨୮ରୁ ହକି ବିଶ୍ୱକପ୍ ଆରମ୍ଭ ହେବ।

By amfnews

Related Post