Mon. Oct 5th, 2026

ପ୍ରବଳ ବିରୋଧ ପରେ ବଦଳିଲା ମଦ ବିକ୍ରି ନିଷ୍ପତ୍ତି

224 Views

ଭୁବନେଶ୍ୱର, ନଭେମ୍ବର ୨୬: ପ୍ରବଳ ବିରୋଧ ପରେ ବଦଳିଲା ମଦ ବିକ୍ରି ନିଷ୍ପତ୍ତି। ହକି ବିଶ୍ୱକପ୍ ସମୟରେ ମଦ ବିକ୍ରି ସମୟ ନିଷ୍ପତ୍ତିକୁ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି।

ଅନ୍ ସପ୍ ନୁହେଁ କେବଳ ବାର୍ ଓ ରେଷ୍ଟୁରାଣ୍ଟରେ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ମଦ ବିକ୍ରି ହେବ ବୋଲି ଅବକାରୀ ମନ୍ତ୍ରୀ ଶଶି ଭୂଷଣ ବେହେରା କହିଛନ୍ତି।  ଅନ୍ ସପ୍‌ରେ ରାତି ସାଢେ ଗୋଟାଏ ଯାଏ ମଦ ବିକ୍ରି ନିଷ୍ପତ୍ତି ଅନିଚ୍ଛାକୃତ ତ୍ରୁଟିଥିଲା ବୋଲି ସେ କହିଛନ୍ତି।

ହକି ବିଶ୍ୱକପ୍ ସମୟରେ ପୂର୍ବରୁ ରାତି ୧୦ଟା ପରିବର୍ତ୍ତେ ରାତି ସାଢେ ଗୋଟାଏ ଯାଏ ବିକ୍ରି ପାଇଁ ସରକାର ଘୋଷଣା କରିଥିଲେ। ନଭେମ୍ବର ୨୦ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ବିକ୍ରି ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।

ଏହାସହ ରାଜ୍ୟର ୫ ମହାନଗର ସମେତ ପୁରୀ ସହରରେ କୌଣସି ମେଗା ଇଭେଣ୍ଟ ହେଲେ ସେଠାରେ ବି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସରକାର ଘୋଷଣା କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା।

ନିଶା ନିବାରଣ ଅଭିଯାନ ତରଫରୁ ଆଜି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବାସଭବନ ଆଗରେ ଧାରଣା ଦିଆଯାଇଥିଲା।

By amfnews

Related Post