Sun. Sep 27th, 2026

ସ୍ବାମୀ ବାଲିଯାତ୍ରାକୁ ନ ନେବାରୁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

328 Views

ଗୋପାଳପୁର, ନଭେମ୍ବର ୩୦: କୃଷ୍ଣାନନ୍ଦପୁର ଫାଣ୍ତି ଅଧିନସ୍ଥ କୃଷ୍ଣାନନ୍ଦପୁର ଗ୍ରାମର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ବାଲିଯାତ୍ରା ବୁଲାଇବାକୁ ନ ନେବାରୁ ମହିଳାଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରବଳ ଝଗଡ଼ା ପରେ ମହିଳାଜଣକ ବିଷ ପିଇ ଦେଇଥିଲେ। ତେବେ, ବହୁ ବିଳମ୍ବରେ ପରିବାର ଲୋକେ ଜାଣି ମହିଳାଙ୍କୁ ଗୁରତୁର ଅବସ୍ଥାରେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତର କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

By amfnews

Related Post