Thu. Sep 3rd, 2026

ଏଭଳି ବ୍ୟକ୍ତିଙ୍କର କେହି ହେଲେ ଶତ୍ରୁ ନଥାନ୍ତି: ଚାଣକ୍ୟ

429 Views

ଚାଣକ୍ୟ ହେଉଛନ୍ତି ଜଣେ ଭାରତୀୟ ଶିକ୍ଷାଦାତା, ଅର୍ଥନୀତିଜ୍ଞ, ଦାର୍ଶନିକ ତଥା ପରାମର୍ଶଦାତା। ତାଙ୍କୁ ଲୋକେ କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତଙ୍କ ନାମରେ ବି ଜାଣନ୍ତି। ସେ ହେଉଛନ୍ତି ବିଶାଳ ଗ୍ରନ୍ଥ ‘ଅର୍ଥଶାସ୍ତ୍ର’ର ରଚୟିତା।

ସେ ଜୀବନ ଓ ଦର୍ଶନକୁ ନେଇ ବହୁ କଥା ଲେଖି ଯାଇଛନ୍ତି। ଅନେକ ସମୟରେ ପଥହରା ଲୋକଟିଏ ପାଇଁ ଚାଣକ୍ୟଙ୍କ ବାଣୀ ପଥ ଦେଖାଇବାରେ ସହାୟ ହୋଇଥାଏ। ତେବେ ମହାନ ଜ୍ଞାନୀ ଚାଣକ୍ୟଙ୍କ ଦୃଷ୍ଟିରେ ବୁଦ୍ଧିମାନ ଲୋକଙ୍କର କେହି ଶତ୍ରୁ ନଥାନ୍ତି।

ଚାଣକ୍ୟ ଲେଖିଛନ୍ତ, ‘ନାସ୍ତି ବୁନ୍ଧିମନ୍ତା ଶତ୍ରୁ’। ଯାହାର ଅର୍ଥ, ‘ବୁଦ୍ଧିମାନ ଲୋକର କେହି ଶତ୍ରୁ ନଥାନ୍ତି’।

ଚାଣକ୍ୟ ଆହୁରି ବି କହିଛନ୍ତି କି ‘ଅର୍ଥ ଯେପର୍ଯ୍ୟନ୍ତ ଅନ୍ୟ ହାତରେ ଥାଏ ତାହା ଆମର ଆବଶ୍ୟକତା ପୂରଣ କରିପାରେ ନାହିଁ। ସେହିପରି ବିଦ୍ୟା ଯେପର୍ଯ୍ୟନ୍ତ ବହିରେ ଥାଏ ତାହା କାହାରି କାମରେ ଆସେ ନାହିଁ।’

ବୁଦ୍ଧିମାନ ଲୋକର ପରିଚୟ ନୁହେଁ ଯେ ବହୁତ ଶିକ୍ଷା ଲାଭ କରିବା କିମ୍ବା ଗୁଡ଼ାଏ ଗ୍ରନ୍ଥ ଅଧ୍ୟୟନ କରିବ। ସେ ବୁଦ୍ଧିମାନ ଯିଏ ନିଜ ବୁଦ୍ଧିବଳରେ ବନ୍ଧୁତା ଖେଳାଏ, ଶତ୍ରୁତା ଭାବକୁ ଦୂରକୁ ଫିଙ୍ଗିପାରେ।

By amfnews

Related Post