Mon. Oct 5th, 2026

ସ୍ତ୍ରୀକୁ ସ୍ୱାମୀର ମରଣାତ୍ମକ ଆକ୍ରମଣ

336 Views

ଯାଜପୁର , ନଭେମ୍ବର ୨୫: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀର ଉନ୍ମତ୍ତକାଣ୍ଡ। ସ୍ତ୍ରୀ ଅନ୍ୟ କାହା ସହିତ ମୋବାଇଲ୍‌ରେ କଥା ହେଉଥିବା ସନ୍ଦେହ କରି ସ୍ୱାମୀ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲାର ପଦ୍ମପୁର ଅଞ୍ଚଳରେ। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ରବିଶଙ୍କର ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ତାଙ୍କ ଅନୁପସ୍ଥିତିରେ ସ୍ତ୍ରୀ ଝୁମା ଆଉ କାହା ସହିତ ମୋବାଇଲ୍‌ରେ କଥା ହେଉଥିବା ନେଇ ସେ ସନ୍ଦେହ କରି ଆସୁଥିଲେ। ଗତକାଲି ଝୁମା ମୋବାଇଲ୍‌ରେ କାହା ସହିତ କଥା ହୋଇଥିବାକୁ ନେଇ ରବିଶଙ୍କର ତାଙ୍କୁ ନିର୍ଧୂମ୍ ପିଟିଥିଲେ। ତାଙ୍କ ପିଠି, ଗୋଡ଼ ଓ ହାତର ବିଭିନ୍ନ ସ୍ଥାନ ଫାଟି ଯାଇଛି।

jajpurସ୍ୱେଚ୍ଛାସେବୀ କାଜଲ କିନ୍ନର ତାଙ୍କୁ ଉଦ୍ଧାର କରି ଯାଜପୁର ରୋଡ୍‌ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି।

ଡାକ୍ତରଖାନା ପକ୍ଷରୁ ଘଟଣା ସଂପର୍କରେ ଥାନାକୁ ଅବଗତ କରାଯାଇଛି।

By amfnews

Related Post