Fri. Jul 3rd, 2026

ଦରିଦ୍ର ନାରାୟଣ ସେବା ସଂଘ ପକ୍ଷରୁ ଶନି ମନ୍ଦିରର ବାର୍ଷିକୋତ୍ସବ

258 Views

ରାଉରକେଲା, ୨୫ା୧୧ : ସେକ୍ଟର-୧୭ ସ୍ଥିତ ଦରିଦ୍ର ନାରାୟଣ ସେବା ସଂଘ ପକ୍ଷରୁ ଶନି ମନ୍ଦିରର ୭ମ ବର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଛି । ମୁଖ୍ୟ ପୂଜକ ମହେନ୍ଦ୍ର ପଣ୍ଡା ନିଷ୍ଠାର ସହ ସମସ୍ତ ରୀତିନୀତି, ପୂଜାର୍ଚ୍ଚନା, ହୋମ ଓ ସନ୍ଧ୍ୟା ଆଳତୀ ସଂମ୍ପନ୍ନ କରିଥିଲେ । କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଶନି ମହାରାଜାଙ୍କ ଦର୍ଶନ କରିଥିଲେ । ସେକ୍ଟର-୬ ସ୍ଥିତ ଜଗନ୍ନାଥପଲ୍ଲୀ ଆଶ୍ରମର ଶତାଧିକ ଭିକ୍ଷାଧାରୀଙ୍କୁ ସସମ୍ମାନେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ପରେ ପରେ ଶତାଧିକ ଭକ୍ତ ଓ ଜନସାଧାରଣ ପ୍ରସାଦ ସେବନ କରିଥିଲେ । ଅନୁଷ୍ଠାନର ମୁଖ୍ୟ ଅକ୍ଷୟ କୁମାର ମହାନ୍ତି ଓ ପ୍ରଶାନ୍ତ ଦାଶଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠକ ଗୈାରଙ୍ଗ ସେଠୀ, ଦୁର୍ଗା ଚରଣ ପଟେଲ, ବିଜୟ ପାଢୀ, ଅଶୋକ ଦାସ, ପ୍ରଭାକର ମଲ୍ଲିକ, ଅଜୟ କୁମାର ସାହୁ, ହରିହର ଦାଶ, ସୁକାନ୍ତ ସେଠୀ, ନିତ୍ୟାନନ୍ଦ ସାହୁ, ସମାଜସେବୀ ରଂଜୁ ମହାନ୍ତି ପଟେଲ ମହାନ୍ତି, ଆଲୋକ ପାଢୀ, ସୁଶ୍ରୀ ପଦ୍ମିନୀ ଦାଶ ଓ ମନୁ ପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

By amfnews

Related Post