Wed. Sep 23rd, 2026

ସ୍ତ୍ରୀକୁ ପିଟି ପିଟି ମାରି ଦେଲା ସ୍ୱାମୀ

166 Views

ସୁନ୍ଦରଗଡ଼  : ସାମାନ୍ୟ ବଚସାରୁ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ। ଏହି ଅଭାବନୀୟ ଘଟଣା ଘଟିଛି, ସୁନ୍ଦରଗଡ଼ ସଦର ଥାନା ସୁବଳୟାରେ। ମୃତ ମହିଳାଙ୍କ ନାଁ ସୁଶୀଲା। ତାଙ୍କ ସ୍ୱାମୀ ନାଁ ଉଦିତ୍‌ ବାଗ୍।

ସୂଚନା ଅନୁଯାୟୀ, ଉଦିତ୍‌ ଓ ସୁଶୀଲା ପ୍ରେମ ବିବାହ କରିଥିଲେ। ସେମାନଙ୍କର ଦୁଇଟି ଛୁଆ ଅଛନ୍ତି। ଅନେକ ସମୟରେ ଉଦିତ୍‌ ମଦ ପିଇ ସୁଶୀଲାଙ୍କ ସହ ଝଗଡ଼ା କରନ୍ତି। ଦୁଇ ଦିନ ତଳେ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଗତକାଲି ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ସହ ମାରପିଟ୍‌ ବି ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ଉଦିତ୍‌ ଏକ ବାଉଁଶ ବାଡ଼ିରେ ସୁଶୀଲାକୁ ପିଟି ପିଟି ହତ୍ୟା କରିଥିଲା। ଖବର ପାଇ ସଦର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଅଭିଯୁକ୍ତକୁ ଅଟକ ରଖିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

By amfnews

Related Post