Sat. Jun 13th, 2026

କର୍ଣ୍ଣାଟକ ସଙ୍କଟ: ଇସ୍ତଫା ଦେଲେ କଂଗ୍ରେସର ୨୨ ମନ୍ତ୍ରୀ

272 Views

ନୂଆଦିଲ୍ଲୀ : କର୍ଣ୍ଣାଟକର ଜେଡି(ଏସ୍‌)-କଂଗ୍ରେସର ୧୩ ମାସିଆ ମେଣ୍ଟ ସରକାରକୁ ବଞ୍ଚାଇବା ଉଦ୍ୟମରେ ୨୨ଜଣ ଯାକ କଂଗ୍ରେସ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

ସୋମବାର ଦିନ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରଙ୍କ ଅଧ୍ୟକ୍ଷତାରେ ଆଗତ ବୈଠକ ପରେ ବିଦ୍ରୋହୀ ବିଧାୟକମାନଙ୍କୁ ଚୁପ୍‌ କରିବାକୁ ମନ୍ତ୍ରୀମାନେ ଦଳର ମୁଖ୍ୟ ଦୀନେଶ ଗୁଣ୍ଡୁ ରାଓଙ୍କୁ ସେମାନଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶାସକ କଂଗ୍ରେସ-ଜେଡି(ଏସ୍‌)ର ଡଜନାଧିକ ବିଧାୟକ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ ଉପୁଜିଥିବା ରାଜନୈତିକ ସଙ୍କଟ ପରିପ୍ରେକ୍ଷୀରେ ଆଜି କଂଗ୍ରେସର ସମସ୍ତ ୨୨ ଜଣଯାକ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

କଂଗ୍ରେସର ଏହି ମନ୍ତ୍ରୀମାନଙ୍କ ସହ ବୈଠକ ବସାଇବା ପୂର୍ବରୁ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର କହିଥିଲେ କି, ସରକାର ବଞ୍ଚାଇବାକୁ ସେ ସବୁ କିଛି କରିବି। ୧୦ ଜଣ କଂଗ୍ରେସ ଏବଂ ତିନି ଜଣ ଜେଡି(ଏସ୍‌) ବିଧାୟକଙ୍କୁ ମିଶାଇ ସମୁଦାୟ ୧୩ ଜଣ ବିଧାୟକ ବାଚସ୍ପତିଙ୍କୁ ସେମାନଙ୍କର ଇସ୍ତଫା ପତ୍ର ଦେବା ପରେ କଂଗ୍ରେସ-ଜେଡି(ଏସ୍‌) ସରକାରରେ ସଙ୍କଟ ସୃଷ୍ଟି ହୋଇଥିଲା। ସୋମବାର ଦିନ କର୍ଣ୍ଣାଟକ ମନ୍ତ୍ରୀ ତଥା ସ୍ୱାଧୀନ ବିଧାୟକ ଏଚ୍‌ ନାଗେଶ ମଧ୍ୟ ଏଚ୍‌ ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ସରକାରରୁ ନିଜ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି।

By amfnews

Related Post