Wed. Oct 7th, 2026

ସୁଦର୍ଶନଙ୍କ ବାଲୁକା କଳାକୁ ବିଶ୍ବ ରେକର୍ଡ ମାନ୍ୟତା

????????????????????????????????????
316 Views

ପୁରୀ ,୧ ଜାନୁଆରୀ : ଖ୍ରୀଷ୍ଟମାସ୍‌ ଅବସରରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ତିଆରି କରିଥିଲେ ବିଶାଳକାୟ ସାନ୍ତାକ୍ଲଜ୍ ବାଲୁକା ମୂର୍ତ୍ତି। ଯାହାକୁ ବିଶ୍ବର ସର୍ବବୃହତ୍‌ ବାଲୁକା କଳାର ମାନ୍ୟତା ମିଳିଛି। ଏହି ବାଲୁକା କଳାର ଉଚ୍ଚତା ୩୦ ଫୁଟ୍‌ ଓସାର ୧୦୦ ଫୁଟ୍‌ ରହିଥିଲା। ଏହାକୁ ନିର୍ମାଣ କରିବା ପାଇଁ ସୁଦର୍ଶନ ସାଣ୍ଡ ଆର୍ଟର ୪୦ ଜଣ ଛାତ୍ର ଦୁଇ ଦିନ ସମୟ ନେଇଥିଲେ। ଏଥିରେ ୮୦୦ ଟନ୍ ବାଲି ଓ ୧୦ ହଜାର ପ୍ଲାଷ୍ଟିକ ବୋତଲ ବ୍ୟବହାର କରାଯାଇଥିଲା।

By amfnews

Related Post