Wed. Jun 10th, 2026

ନୂଆବର୍ଷ ଦେଖିବାକୁ ରହିଲେନି: ଚାଲିଗଲେ ୪ ସାଙ୍ଗ

380 Views

ରାୟଗଡା, ୧ ଜାନୁଆରୀ  : ଗୋଟିଏ ଦିନ ପରେ ନୂଆବର୍ଷ। ନୂଆବର୍ଷର ନୂଆ ସକାଳକୁ ଦେଖିବା ପୂର୍ବରୁ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪ ସାଙ୍ଗ। ଆଉ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବିଦାୟୀ ବର୍ଷ ଭଳି ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ତୟାପୁଟରେ ଘଟିଥିବା ମର୍ମନ୍ତୁଦ ସଡ଼କରେ ସେମାନେ ସବୁଦିନ ପାଇଁ ବିଦାୟ ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୮ଟାରେ କାଶୀପୁର ବ୍ଲକ୍ ଡେଙ୍ଗାଗୁଡା ଗ୍ରାମର ରବୀନ୍ଦ୍ର ମାଝୀ (୨୫), ଅଜୟ ମାଝୀ (୨୧), ପପୁ ମୁଦୁଲୀ (୨୨), ସୁପେଲ ଗ୍ରାମର ନବୀନ ମାଝୀ (୨୧) ଓ ମୁଣ୍ଡା ଗାଁର ବୀରୁ କମାର (୨୧) ଏକାଠି ଗୋଟିଏ ହୋଟେଲରେ ରାତ୍ରି ଭୋଜନ କରିଥିଲେ। ଖାଇବା ପରେ ରବି ମାଝୀ ଚଲାଉଥିବା ବୋଲେରୋ (ଓଡି ୦୨ଏସ୍-୯୨୪୩) ଯୋଗେ ୫ଜଣ ଡେଙ୍ଗାଗୁଡାରୁ କୌଣସି କାମରେ କୋଟିଙ୍ଗାଗୁଡା ଗ୍ରାମକୁ ଯାଇଥିଲେ।

ରାତି ସାଢ଼େ ୧୦ଟାରେ କୋଟିଙ୍ଗାଗୁଡା ଗ୍ରାମରୁ ଡେଙ୍ଗାଗୁଡାକୁ ଫେରୁଥିବା ସମୟରେ ଟିକିରି ଠାରୁ ୧୧ କିମି ଦୂର ତୟାପୁଟ ନିକଟରେ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗୋଟିଏ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ବଲୋରୋ ଚୁରମାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ଅଜୟ ମାଝୀ, ପପୁ ମାଝୀ, ରବି ମାଝୀଙ୍କ ମୃତ୍ୟୁ ହୋଇଥିଲା। ନବୀନ ମାଝୀ ଓ ବୀରୁ କୁମାର ଗୁରୁତର ଆହତ ହୋଇଛନ୍ତି।

By amfnews

Related Post