Thu. Oct 1st, 2026

ସୀମାନ୍ତରେ ସ୍ଥାପନ ହେବ ସିଆରପିଏଫ କ୍ୟାମ୍ପ

254 Views

କଲ୍ୟାଣସି˚ହପୁର, ୨୭ ।୧୦ : ରାୟଗଡା ଓ କଳାହାଣ୍ତି ଜିଲ୍ଲାରେ ମାଓବାଦୀଙ୍କୁ ଦମନ କରିବା ପାଇଁ ସୀମାନ୍ତରେ ଏକ ସିଆରପିଏଫ କ୍ୟାମ୍ପ ଖୁବ ଶୀଘ୍ର ନିର୍ମାଣ ହେବ ବୋଲି କଳାହାଣ୍ତି ଆରକ୍ଷୀ ଅଧୀକ୍ଷକ ବି.ଗଙ୍ଗାଧର ପ୍ରକାଶ କରିଛନ୍ତି। ଆଜି ସକାଳୁ କଳାହାଣ୍ତି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ଓ ରାୟଗଡା ଜିଲ୍ଲା କଲ୍ୟାଣସି˚ହପୁର ବ୍ଲକର ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ଲାଖପଦର ମଝିରେ ଏକ ସିଆରପିଏଫ କ୍ୟାମ୍ପ ନିର୍ମାଣ କରିବା ପାଇଁ ସ୍ଥାନ ଚିହ୍ନଟ କରିବାକୁ କଳାହାଣ୍ତି ଏସପି କ୍ଷେତ୍ର ପରିଦର୍ଶନ କରିଥିଲେ।

ଏହି ଦୁଇ ଜିଲ୍ଲାର ସୀମାନ୍ତ ନିୟମଗିରି ପାହାଡକୁ ନେଇ ସବୁବେଳେ ଚର୍ଚା ଧରିଥିବା ବେଳେ ମାଓ ଦମନ କରିବା ସହ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବା ଏହାର ଲକ୍ଷ୍ୟ ବୋଲି କୁହାଯାଇଛି। ଖୁବ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏଡିପିଓ ଗୁପ୍ତେଶ୍ବର ଭୋଇ, ରାୟଗଡା ସିଆରପିଏଫ ୪ ବାଟାଲିୟନର ଦ୍ବୀତିୟ କମାଣ୍ତାଣ୍ଟ ମିତୁ ରାୟ, ଲାଞ୍ଜିଗଡ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ତଳ, ଏସଆଇ ବି.କେ ଦୁରିଆ, ବିଜେପୁର ଓଆଇସି ବିନୋଦ କୁମାର ରାଓ ଯୋଗ ଦେଇଥିଲେ। ଏହି ଅବସରରେ ଏସପି ତ୍ରିଲୋଚନପୁର ଗାଁରେ କିଛି ଲୋକଙ୍କୁ ଭେଟି ପୋଲିସ ସମସ୍ତ ସମସ୍ୟାକୁ ସମାଧାନ କରିବ ବୋଲି ବୁଝାଇଥିଲେ।

By amfnews

Related Post