Thu. Oct 1st, 2026

ରିଜର୍ଭ ବ୍ୟାଙ୍କର ସ୍ୱାଧୀନତା ନେଇ ପ୍ରଶ୍ନ ଉଠାଇଲେ ଡେପୁଟି ଗଭର୍ଣ୍ଣର

188 Views

ମୁମ୍ବାଇ, ୨୭ ।୧୦ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଡେପୁଟି ଗଭର୍ଣ୍ଣର ଭିରାଲ ଆଚାର୍ଯ୍ୟ ପୁଣି ଥରେ ରିଜର୍ଭ ବ୍ୟଙ୍କର ସ୍ୱାଧୀନତା ଓ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କଗୁଡ଼ିକୁ ନିୟନ୍ତ୍ରଣ କରିବାରେ ଏହାର ସଙ୍କୁଚିତ କ୍ଷମତା ନେଇ ପ୍ରଶ୍ନ ଉଠାଇଛନ୍ତି। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଶ୍ରୀ ଆଚାର୍ଯ୍ୟ କ୍ରିକେଟ ଖେଳର ଦୁଇଟି ଫର୍ମାଟକୁ ଉଦାହରଣ ଭାବେ ନେଇସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।


ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ସରକାର ଟେ୍ଵଣ୍ଟି-୨୦ ଖେଳିବାକୁ ଚାହୁଁଛନ୍ତି। ମାତ୍ର ରିଜର୍ଭ ବ୍ୟାଙ୍କ ବହୁ ଆଗକୁ ଚିନ୍ତା କରିବା ସହିତ ଟେଷ୍ଟ ଖେଳିିଥାଏ। ବିଶେଷ କରି ରିଜର୍ଭ ବ୍ୟାଙ୍କ ଘଟଣାରେ ସରକାରୀ ହସ୍ତକ୍ଷେପକୂୁ ନାପସନ୍ଦ କରି ଶ୍ରୀ ଆଚାର୍ଯ୍ୟ କହିଛନ୍ତିି ଯେ ପବ୍ଲିକ ସେକ୍ଟର ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ରିଜର୍ଭ ବ୍ୟାଙ୍କର କ୍ଷମତାକୁୂ ସୀମିତ କରି ଦିଆଯାଇଛି। ସେହିପରି ବ୍ୟାଙ୍କର ଆସେଟ ଯୋଗ୍ୟତା ମାନଦଣ୍ଡ ପ୍ରସଙ୍ଗରେ ସରକାରଙ୍କ ବାରମ୍ବାର ଚାପ ଓ ରିଜର୍ଭ ବ୍ୟାଙ୍କର ସ୍ୱାଧିନତା ପ୍ରସଙ୍ଗରେ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଏହି କେନ୍ଦ୍ରୀୟ ବ୍ୟାଙ୍କର ସ୍ୱାଧୀନତାକୁ ସମ୍ମାନ ନ ଦେଇ ସଙ୍କୁଚିତ କରୁଥିବା ସରକାରଙ୍କୁ ଏହାର ପରିଣାମ ନିଶ୍ଚିତ ଭୋଗିବାକୁ ପଡ଼ିବ। ବିଶେଷ କରି ଦେଶର ବ୍ୟାଙ୍କିଂ ସେକ୍ଟର ରେ ଦେଖା ଦେଇଥିିବା ସଙ୍କଟ ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗର୍ଭର୍ଣ୍ଣନରଙ୍କ ଏହି ଉକ୍ତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହୁାଯାଉଛି।

By amfnews

Related Post