Fri. Aug 14th, 2026

ସିଧୁଙ୍କ ସମର୍ଥନରେ ଆଗକୁ ଆସିଲେ ଇମ୍ରାନ, ସିଧୁଙ୍କ ସମାଲୋଚନା କରୁଥିବା ଲୋକେ ଶାନ୍ତି ଚାହାନ୍ତି ନାହିଁ

414 Views

ଇସଲାମାବାଦ, ଅଗଷ୍ଟ୨୧:

ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ନେଇ ଭାରତରେ ବିବାଦ ଘେରରେ ଥିବା ନଭଜୋତ ସିଂହ ସିଧୁଙ୍କ ସମର୍ଥନରେ ଏବେ ଆଗକୁ ଆସିଛନ୍ତି ଖୋଦ୍ ଇମ୍ରାନ ଖାନ। ଇମ୍ରାନ ଟ୍ଵିଟ୍ କରି ସିଧୁଙ୍କୁ ଧନ୍ୟବାଦ ଦେଇଥିବା ବେଳେ ତାଙ୍କୁ ଶାନ୍ତିର ଦୂତ ଦର୍ଶାଇଛନ୍ତି। ସିଧୁଙ୍କୁ କରାଯାଉଥିବା ସମାଲୋନଚା ଶାନ୍ତି ପାଇଁ ହାନୀକାରକ ବୋଲି ଇମ୍ରାନ କହିଛନ୍ତି।

ଇମ୍ରାନ  ଟ୍ଵିଟରେ କହିଛନ୍ତି ଯେ ମୋର ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିବାରୁ ମୁଁ ସିଧୁଙ୍କୁ ଧନ୍ୟବାଦ ଦେଉଛି। ସେ ଶାନ୍ତିର ଦୂତ ଏବଂ ତାଙ୍କୁ ପାକିସ୍ତାନର ଲୋକ ବହୁତ ଭଲ ପାଇବା ଦେଇଛନ୍ତି। ଯେଉଁ ଲୋକେ ତାଙ୍କର ସମାଲୋଚନା କରୁଛନ୍ତି ସେମାନେ ଉପମହାଦ୍ଵୀପରେ ଶାନ୍ତିକୁ ପ୍ରଭାବିତ କରୁଛନ୍ତି। ତେଣୁ ଶାନ୍ତି ବିନା ଆମ ଲୋକଙ୍କ କୌଣସି ବିକାଶ ହେବ ନାହିଁ।

Related Post