Wed. Sep 30th, 2026

ସିଂହଦ୍ୱାରରେ ସ୍ଥାପନ ହେଲା ଜୟ ବିଜୟ ମୂର୍ତ୍ତି

352 Views

ପୁରୀ: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୋମବାର ପୂର୍ବାହ୍ନରେ ଶ୍ରୀମନ୍ଦିରର ସିଂହଦ୍ୱାରରେ ଦ୍ୱାରପାଳ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରା ଯାଇଛି।ମେ ୩ ତାରିଖରେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ପ୍ରବାହ ସମୟରେ ସିଂହଦ୍ୱାରରେ ଥିବା ଉକ୍ତ ମୂର୍ତ୍ତି ଭାଙ୍ଗି ଯାଇଥିଲା।

ଗତକାଲି ମୂର୍ତ୍ତି ଦୁଇଟି ଗୋଟାଏ ସ୍ୱତନ୍ତ୍ର ଗାଡ଼ିରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍‌ରୁ ପୁରୀ ଅଣାଯାଇଥିଲା। ଶୁଖୁଆପଡ଼ା ଗ୍ରାମର ଶିଳ୍ପୀ ନିର୍ମଳ ମହାରଣା ଏହି ମୂର୍ତ୍ତି ଦୁଇଟି ଖଣ୍ଡେଲାଇଟ୍‌ ପଥରରେ ଗଢ଼ିଛନ୍ତି।

By amfnews

Related Post