Wed. Sep 9th, 2026

ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ଲୋକପ୍ରିୟ ନିର୍ଦ୍ଦେଶକ ମଣିରତ୍ନମ

290 Views

ନୂଆଦିଲ୍ଲୀ : ଲୋକପ୍ରିୟ ନିର୍ଦ୍ଦେଶକ ମଣିରତ୍ନମଙ୍କ ଫ୍ୟାନମାନଙ୍କପାଇଁ ଏକ ଖରାପ ଖବର। ତାଙ୍କର ଏହି ପ୍ରିୟ ନିର୍ଦ୍ଦେଶକ ମଣିରତ୍ନମ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ତାଙ୍କର ହୃଦରୋଗଜନିତ ସମସ୍ୟା ଦେଖା ଦେବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବାର ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ମଣିରତ୍ନମ କଶ୍ମୀରର ଶ୍ରୀନଗର ଏବଂ ବିଭିନ୍ନ ସ୍ଥାନ ଭ୍ରମଣ ଲାଗି ଯାଇଥିଲେ।ସେହି ସମୟରେ ତାଙ୍କର ହୃଦରୋଗଜନିତ ସମସ୍ୟା ଦେଖା ଦେଇଥିଲା।ତାଙ୍କୁ ପ୍ରଥମେ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ମାତ୍ରପରେ ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।ତେବେ ଏ ସଂପର୍କରେ ନିର୍ଦ୍ଦେଶକ ମଣିରତ୍ନମଙ୍କ ପରିବାର ବା ନିକଟ ସଂପର୍କୀୟଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ମଣିରତ୍ନମ ଇରୁଭରୁ, ଦିଲସେ , ଗୁରୁ, ୟୁବା ଆଦି ଲୋକପ୍ରିୟ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଏହାଛଡ଼ା ସେ ବହୁ ଦକ୍ଷିଣ ଭାରତୀୟ ସିନେମାର ବି ପ୍ରଯୋଜନା କରିବା ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି।ମଣିରତ୍ନମ ବଲିଉଡରେ ଶାହରୁଖ୍‌ ଖାନ୍‌ ଏବଂ ମନୀଷା କୋଇରାଲା ଏବଂ ପ୍ରୀତି ଜିଣ୍ଟାଙ୍କୁ ନେଇ ପ୍ରଥମେ ଦିଲସେ ଫିଲ୍ମ ନିର୍ମାଣ କରିଥିଲେ।

By amfnews

Related Post