Sat. Aug 22nd, 2026

ସାବରିମାଲା ଦର୍ଶନ ଲାଗି ଆବେଦନ କରିଛନ୍ତି ୧୦ ରୁ ୫୦ ବର୍ଷ ବୟସ୍କା ୫୦୦ରୁ ଉର୍ଦ୍ଧ୍ୱ ମହିଳା

193 Views

ନୂଆଦିଲ୍ଲୀ, ୧୦ା୧୧: ସାବରିମାଳା ଠାରେ ବାର୍ଷିକ ଉତ୍ସବ ସକାଶ ଅନ୍‌ଲାଇନ୍‌ ଟିକିଟ୍‌ ବୁକିଙ୍ଗ୍‌ ଆରମ୍ଭ ହେବାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ୧୦ ରୁ ୫୦ ବର୍ଷ ବୟସ୍କା ୫୩୯ ଜଣ ମହିଳା ଦର୍ଶନାର୍ଥେ ପଞ୍ଜିକରଣ କରିଛନ୍ତି। ଏହି ବୟସର ନାରୀମାନେ ମନ୍ଦିରକୁ ପ୍ରବେଶ କରିପାରିବେ ବୋଲି ସୁପ୍ରିମ୍‌ କୋର୍ଟ ଐତିହାସିକ ରାୟ ଦେବା ସତ୍ତ୍ୱେ ପୁଣି ନଭେମ୍ବର ୧୬ ତାରିଖରେ ମନ୍ଦିର ଖୋଲିଲେ ପ୍ରତିବାଦକାରୀମାନେ ଏମାନଙ୍କ ପ୍ରବେଶକୁ ବିରୋଧ କରିବା ଆଶା କରଯାଉଛି।

ଦର୍ଶନ ସକାଶ ଏ ପର୍ଯ୍ୟନ୍ତ ସମୁଦାୟ ୩. ୫ ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି। ଯାତ୍ରୀମାନଙ୍କ ଯାତାୟତ ଉପରେ ପୁଲିସ ସଦ୍ୟ କଟକଣା ଜାରି କରିଛି। ସେଥିରୁ ଗୋଟାଏ ବିବାଦୀୟ କଟକଣା ହେଲା ସାବରିମାଲାକୁ ଆସୁଥିବା ପ୍ରତ୍ୟେକ ଯାନବାହନ ସେମାନଙ୍କ ବାହାରିବାସ୍ଥଳରୁ ପୁଲିସ ଅନୁମତି ଆଣିବେ।

ଗତ ଅକ୍ଟୋବର ମାସରେ ମନ୍ଦିର ୬ ଦିନ ସକାଶ ଏବଂ ନଭେମ୍ବର ଆଦ୍ୟରେ ୨ ଦିନ ସକାଶ ମନ୍ଦିର ଖୋଲିଥିଲା। ଏହି ସମୟ ମଧ୍ୟରେ ୧୦ ରୁ ୫୦ ବର୍ଷ ବୟସ୍କା କେତେକ ମହିଳା ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରି ଦକ୍ଷିଣପନ୍ଥୀ ସଂଗଠନଗୁଡ଼ିକର ପ୍ରତିବାଦ ଯୋଗୁଁ ବିଫଳ ହେବା ପରେ ପୁଲିସ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତିର ସମ୍ମୁଖୀନ ହୋଇଥିଲା।

By amfnews

Related Post