Mon. Sep 28th, 2026

ସହି ପାରିଲେନି ପୁଅ ମୃତ୍ୟୁର ଦୁଃଖ, ଜୀବନ ହାରିଦେଲେ ବାପା ମାଆ

386 Views

ଯାଜପୁର: ପୁଅର ମୃତ୍ୟୁ ପରେ ବିଷ ପିଇ ଆତ୍ମହତ୍ୟା କଲେ ବାପା ମାଆ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅର୍ନ୍ତଗତ କୁରିସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ମୃତକ ହେଲେ ପ୍ରଦୀପ ଜେନା ଓ ପ୍ରଭାତୀ ଜେନା।

ସୁଚନା ଅନୁସାରେ, ପ୍ରଦୀପ ଓ ପ୍ରଭାତୀଙ୍କ ୮ ବର୍ଷର ପୁଅ ଓମ୍‌ କିଛି ଦିନ ହେବ ଥାଲାସେମିଆ ରୋଗରେ ପୀଡ଼ିତ ଥିଲେ। ପ୍ରତି ମାସରେ ଥରେ ତାଙ୍କୁ ରକ୍ତ ଦିଆଯାଉଥିଲା।

ଗତ ସୋମବାର ଦିନ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ପ୍ରଦୀପ ଓ ପ୍ରଭାତୀ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଓମ୍‌ଙ୍କ ମୃତ୍ୟୁ ହୋଇଥିଲା।

ପୁଅର ମୃତ୍ୟୁରେ ମ୍ରିୟମାଣ ହୋଇ ବୁଧବାର ଦିନ ଉଭୟ ପ୍ରଦୀପ ଓ ପ୍ରଭାତୀ ବିଷ ପିଇ ଦେଇଥିଲେ।

ସେମାନେ ବିଳମ୍ୱିତ ସମୟ ଯାଏ ଘର କବାଟ ନ ଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

 

By amfnews

Related Post