Fri. Apr 24th, 2026

ଅାସନ୍ତାକାଲି ବନ୍ଦ ରହିବ ରିଟେଲ୍‌ ବ୍ୟବସାୟ

914 Views

ଭୁବନେଶ୍ୱର  : ଆସନ୍ତାକାଲି ସର୍ବ ଭାରତୀୟ ସ୍ତରରେ ବ୍ୟବସାୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରିଟେଲର। FDIକୁ ରିଟେଲ୍‌ ଟ୍ରେଡ୍‌ରେ ସମ୍ପୂର୍ଣ୍ଣ ପ୍ରତ୍ୟାହୃତ କରିବା, ବିଦେଶୀ ପୁଞ୍ଜିକୁ ରିଟେଲ୍‌ ବ୍ୟବସାୟରେ ପୁଞ୍ଜିନିବେଶ କରିବାକୁ ଅନୁମତି ନଦେବା ଭଳି ୧୨ଟି ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବ୍ୟବସାୟୀ।

ଯଦି କେନ୍ଦ୍ର ସରକାର ଏନେଇ କୌଣସି ନିଷ୍ପତ୍ତି ନନେଲେ ଏହାର ପ୍ରଭାବ ଆସନ୍ତା ନିର୍ବାଚନରେ ପଡ଼ିବ ବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି। ଆସନ୍ତାକାଲି ମାଲଗୋଦାମ, ରିଟେଲ କାଉଣ୍ଟର ଓ ମାଲ୍‌ ଅନଲୋଡିଂ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ସେପଟେ ଇ-ଫାର୍ମାସି ଓ ଅନ୍‌ଲାଇନ୍‌ ଔଷଧ ବିକ୍ରିକୁ ବିରୋଧ କରି କାଲି ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ବନ୍ଦ ପାଳନ କରିବ ବୋଲି ନିଷ୍ପତ୍ତି ନେଇଛି। ରାଜ୍ୟରେ ଉତ୍କଳ କେମିଷ୍ଟ୍‌ ଏଣ୍ଡ୍‌ ଡ୍ରଗିଷ୍ଟ୍‌ ଆସୋସିଏସନ୍ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି।

ଫଳରେ ରାଜ୍ୟର ୨୨ ହଜାର ଔଷଧ ଦୋକାନ ବନ୍ଦ ରହିବ। ବନ୍ଦରେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ରାଜ୍ୟରେ  ସରକାରୀ ଓ ବେସରକାରୀ ହସ୍ପିଟାଲ ପରିସରରେ ଥିବା ଔଷଧ ଦୋକାନ ଖୋଲା ରହିବ।

By amfnews

Related Post