Sat. Sep 5th, 2026

ସରସ୍ୱତୀ ପୂଜା ଭୋଜି ଖାଇ ୩୦ରୁ ଉର୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

365 Views

ବାରିପଦା : ଗତକାଲି ଥିଲା ପବିତ୍ର ଶ୍ରୀପଞ୍ଚମୀ । ଚାରିଆଡେ ସରସ୍ୱତୀ ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଥିଲା। ବିଭନ୍ନ ସ୍କୁଲ, ଅଫିସ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଭୋଜିର ଆୟୋଜନ ବି କରାଯାଇଥିଲା। ଏହି କ୍ରମରେ ବାଲେଶ୍ୱର ଏକ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ସ୍ୱରସ୍ୱତୀ ପୂଜା ପାଇଁ ଆୟୋଜିତ ହୋଇଥିବା ଭୋଜି ଖାଇ ଅସୁସ୍ଥ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ରଙ୍ଗାମାଟିଆ ପ୍ରାଥମିକ ବିଦ୍ୟାଳୟରେ ସ୍ୱରସ୍ୱତୀ ପୂଜା ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଏହି ଭୋଜି ଖାଇବା ପରେ ହଠାତ୍‌ ଜଣକ ପରେ ଜଣେ ଏପରି ୩୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀଙ୍କ ଶରୀର ଅସୁସ୍ଥ ହୋଇଥିଲା। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସଙ୍ଗେସଙ୍ଗେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଡାକ୍ତର ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରଖିଛନ୍ତି।

By amfnews

Related Post