Sat. Sep 5th, 2026

ଶିଶୁ ଚୋରାଚାଲାଣକାରୀ ର‍୍ୟାକେଟ୍‌ର ୪ ଗିରଫ

257 Views

ମୁମ୍ବାଇ: ମୁମ୍ବାଇ ପୁୂଲିସ ଏକ ଶିଶୁ ଚୋରାଚାଲାଣକାରୀ ର‍୍ୟାକେଟ୍‌ର ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଛି। ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରୁଛି। ସେମାନଙ୍କ ମଧ୍ୟରୁ ତିନି ଜଣ ମହିଳା ଅଛନ୍ତି। ଏହି ଅଭିଯୁକ୍ତମାନେ ହାଇଦ୍ରାବାଦ୍‌ର ଜନୈକ ଦଂପତି ଏକ ନବଜାତ ବାଳକକୁ ବିକ୍ରି କରୁଥିଲେ। ସେହି ସମୟରେ ପୁଲିସରେ ସେମାନଙ୍କୁ ଗିରଫ କରିଥିଲା। ପୁଲିସ ଘଟଣାସ୍ଥଳରୁ ନବଜାତ ବାଳକକୁ ଉଦ୍ଧାର କରିବା ସହିତ ଦଂପତ୍ତିଙ୍କୁ ମଧ୍ୟ ଅଟକ ରଖିଥିଲା। ଏହି ନବଜାତ ବାଳକକୁ ଅଭିଯୁକ୍ତମାନେ କୌଣସି ହସ୍ପିଟାଲରୁ ଚୋରି କରିଥିଲେ କି ନା, ସେ ସଂପର୍କରେ ଅନୁସନ୍ଧାନ ଜାରି ରଖିଛି ପୁଲିସ।

ଏହି ରାକେଟ୍‌ର ମୁଖ୍ୟ ବୋଲି କୁହାଯାଉଥିବା ହୁମା ଦାଲ୍‌ଭି (୩୨) ଜଣେ ନିୟମିତ ଅପରାଧୀ। ଏଭଳି ଏକ ନବଜାତ ଶିଶୁ ଚୋରାଚାଲାଣ ମାମଲାରେ ୨୦୧୭ରେ ସେ ଗିରଫ ହୋଇଥିଲା। ଗିରଫ ଅନ୍ୟ ଅଭିଯୁକ୍ତ ମାନେ ହେଲେ ସାରିକା ଯାଦବ (୨୩), ମହେଶ ପ୍ରସାଦ (୫୨) ଓ ମାହି ସିଂହ (୨୨)।

By amfnews

Related Post