Sun. Oct 18th, 2026

ସରକାରଙ୍କ ପ୍ୟାନେଲରୁ ଜେଏନୟୁ ଫ୍ରଫେସରଙ୍କ ଇସ୍ତଫା

564 Views

ନୂଆଦିଲ୍ଲୀ: ଅର୍ଥନୀତିକ ତଥ୍ୟର ସମୀକ୍ଷା କରିବା ପାଇଁ ଗଠିତ ପ୍ୟାନେଲର ସଦସ୍ୟ ଥିବା ଜେଏନୟୁ ଫ୍ରଫେସର ସିପି ଚନ୍ଦ୍ରଶେଖର ଆଜି ଇସ୍ତଫା ଦେଇଛନ୍ତି। ଆସନ୍ତାକାଲି ଏହି ପ୍ୟାନେଲର ବୈଠକ ଥିଲା। ତେବେ ଜେଏନୟୁରେ ଯେଉଁଭଳି ଆତଙ୍କରାଜ ଘଟିଲା, ତା’କୁ ବିରୋଧ କରି ପ୍ରଫେସର ଚନ୍ଦ୍ରଶେଖର ସରକାରଙ୍କ ପ୍ୟାନେଲରୁ ଇସ୍ତଫା ଦେଇଛନ୍ତି।

ସେ ତାଙ୍କ ଇସ୍ତଫାପତ୍ରରେ କହିଛନ୍ତି ଯେ “ମୁଁ ଦୁଃଖର ସହ କହିବାକୁ ଚାହେଁ ଯେ ଯେଉଁ ଜେଏନୟୁରେ ମୁଁ ରହୁଛି, ସେଠାକାର ସ୍ଥିତି ଆଦୌ ଠିକ ନାହିଁ। ତେଣୁ ମୁଁ ଆସନ୍ତାକାଲି ବୈଠକରେ ଯୋଗଦେଇ ପାରିବି ନାହିଁ।”

ଫ୍ରଫେସର ଚନ୍ଦ୍ରଶେଖର କହିଛନ୍ତି, “ଯେଉଁଭଳି ଜେଏନୟୁରେ ଦେଶ ବିରୋଧୀ କାର୍ଯ୍ୟ କରାଯାଉଛି ବୋଲି ପ୍ରଚାର କରାଯାଉଛି, ତାହା ସବୁଠାରୁ ଦୁଃଖଦାୟକ ଘଟଣା। ଏଥିରୁ ସମସ୍ତେ ଦୂରେଇ ରହିବା ଦରକାର। ଦେଶର ଏକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ନାଁରେ ଏଭଳି ଅପପ୍ରଚାର ଠିକ ନୁହେଁ।”

ଅନ୍ୟପକ୍ଷରେ ପ୍ରଫେସର ଚନ୍ଦ୍ର ଶେଖର ତାଙ୍କ ଇସ୍ତଫାପତ୍ରରେ ଅର୍ଥନୀତି, ନିଯୁକ୍ତି, ବେକାରୀ ଓ କଷ୍ଟମର ଏକ୍ସପେଣ୍ଡିଚର ଉପରେ ପ୍ୟାନେଲ ଦେଇଥିବା ସର୍ଭେ ରିପୋର୍ଟକୁ କେନ୍ଦ୍ର ସରକାର ସାର୍ବଜନୀନ ନ କରିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି।

By amfnews

Related Post