Thu. Jul 23rd, 2026

’ଅପରେସନ ସିଆଚେନ’ ମୁଖିଆଙ୍କ ଦେହାନ୍ତ

257 Views

ନୂଆଦିଲ୍ଲୀ: ସିଆଚେନ ଦଖଲ ପାଇଁ ଭାରତୀୟ ସେନା କରିଥିବା ଅପରେସନ ମେଘଦୂତର ମଙ୍ଗ ସମ୍ଭାଳିଥିବା ଆର୍ମିର ପୂର୍ବତନ ୱେଷ୍ଟର୍ଣ୍ଣ କମାଣ୍ଡ ଲ୍ୟୁଟନାଣ୍ଟ ଜେନେରାଲ ପିଏନ ହୁନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଚିଣ୍ଡିଗଡ଼ରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଲ୍ୟୁଟନାଣ୍ଟ ଜେନେରାଲ ହୁନ ଭାରତୀୟ ସେନା ପାଇଁ ଅପରେସନ ମେଘଦୂତର ନେତୃତ୍ୱ ନେଇଥିଲେ। କଶ୍ମୀର ରିଜନରେ ଥିବା ସିଆଚେନ ଗ୍ଲାସିଅର ଦଖଲ ପାଇଁ ଏହି ଅପରେସନ କରାଯାଇଥିଲା। ଜେନେରାଲ ହୁନଙ୍କ ଦକ୍ଷତା ଓ ଯବାନଙ୍କ ଅଦମ୍ୟ ପରିଶ୍ରମ ଯୋଗୁ ଭାରତ ସିଆଚେନକୁ ଦଖଲ କରିଥିଲା।

ଜେନେରାଲ ହୁନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମୋଦି ଟ୍ୱିଟ କରି କହିଛନ୍ତି, “ଲ୍ୟୁଟନାଣ୍ଟ ଜେନେରାଲ ପିଏ ହୁନ(ଅବସର)ଙ୍କ ବିୟୋଗରେ ମୁଁ ମର୍ମାହତ। ସେ ଭାରତ ପାଇଁ ସବୁକିଛି କରିଥିଲେ। ତାଙ୍କ ଅଦମ୍ୟ ପରିଶ୍ରମ ଯୋଗୁ ଭାରତ ଆହୁରି ଶକ୍ତିଶାଳୀ ହୋଇଛି। ତାଙ୍କ ଅବର୍ତ୍ତମାନରେ ମୁଁ ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କ ସହ ରହିଛି। ଓମ ଶାନ୍ତି।”

By amfnews

Related Post