Mon. May 20th, 2024

ସମବାୟ ଆପଣଙ୍କ ଦ୍ୱାରରେ ଅଭିଯାନର ଉଦ୍ଘାଟନ

248 Views

ଢେଙ୍କାନାଳ : ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସମବାୟ ବିଭାଗ, ଢେଙ୍କାନାଳ ଦ୍ୱାରା ଶୁକ୍ରବାର ମଧ୍ୟାହ୍ନରେ ସ୍ଥାନୀୟ ଶ୍ରୀରାମ ମଣ୍ଡପଠାରେ ସମବାୟ ଆପଣଙ୍କ ଦ୍ୱାରରେ -୨୦୧୮ ଅଭିଯାନର ଜିଲ୍ଲାସ୍ତରୀୟ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ଏହି ଉତ୍ସବରେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ ସମିତିର ଅଂଶୀଦର ହୋଇ ସାକାରାତ୍ମକ ମନୋଭାବ ନେଇ କାର୍ଯ୍ୟକଲେ ଜିଲ୍ଲାର ବିଶେଷ ଉନ୍ନତି ହୋଇପାରିବ ବୋଲି କହିଥିଲେ ।

ଋଣ ଛାଡ ମାନସିକତା ଠାରୁ ଦୂରରେ ରହି ଋଣ କରିବାର ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇ ଋଣ ଶୁଛିବା ଉପରେ ମନୋଭାବ ରଖିଲେ ସଫଳତା ହାସଲ ହେବବୋଲି ମତ ବ୍ୟକ୍ତ କରିଥିଲେ । ଏହାଦ୍ୱାର ରାଜ୍ୟ ତଥା ଦେଶର ଆର୍ଥିକ ସ୍ଥିତ ଅଧିକ ଉନ୍ନତ ହେବବୋଲି ସେ କହିଥିଲେ । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ଢେଙ୍କାନାଳ ବିଧାୟକ ସରୋଜ କୁମାର ସାମଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ଯେ ରାଜ୍ୟର କୃଷକ ଓ କୃଷିର ଉନ୍ନତି ପାଇଁ ସରକାର ପ୍ରତିଶୃତି ବଦ୍ଧ, ଏଥିପାଇଁ ୨୦୦କୋଟି ଟଙ୍କାର ସ୍ୱତନ୍ତ୍ର ଋଣ ବ୍ୟବସ୍ଥା ସହିତ ୧୨,୫୦୦ କୋଟି ଟଙ୍କାର ଋଣ ବ୍ୟବସ୍ଥା କରାଯାଇଛି  ।

ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି, ପ୍ରତ୍ୟେକ ଚାଷୀଙ୍କ ନିକଟରେ ସମବାୟ ସମିତର ସମସ୍ତ ସୁବିଧା ପହଞ୍ଚିବା ଆବଶ୍ୟକ । ଏହି ଜିଲ୍ଲାସ୍ତରୀୟ ସମବାୟ ଅଭିଯାନ ଉତ୍ସବରେ ହିନ୍ଦୋଳବିଧାୟିକା ସୀମରାଣୀ ନାୟକ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତୁଷାର କାନ୍ତ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମିନତୀ ନାୟକ, ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, ଓଡିଶା ରାଜ୍ୟ ସମବାୟ ୟୁନିୟନର ସଭାପତି ହେମନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ହେଉଥିବା ବିହିତ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ  ।

ଓଡିଶାର ୫୫ଲକ୍ଷ ଚାଷୀଙ୍କ ମଧ୍ୟରୁ ୨୪ ଲକ୍ଷ ଚାଷୀ ସମବାୟ ସମିତିରେ ଅନ୍ତର୍ଭୁକ୍ତ ଅଛନ୍ତି  । ସେମାନଙ୍କୁ ବିହନ, ସାର, କୀଟନାଶକ ଏବଂ କୃଷି ଯନ୍ତ୍ରପାତି କ୍ରୟରେ ସବ୍ସିଡି ପ୍ରଦାନ କରାଯାଉଛି  । କୃଷି କାର୍ଯ୍ୟ ପାଇଁ ୫୦ ହଜାର ଟଙ୍କାର ଋଣ ନିମନ୍ତେ ୧ ପ୍ରତିଶତ ସୁଧ ଧାର୍ଯ୍ୟ ହୋଇଛି  । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ କୃଷି ସଂଗଠନକମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସମବାୟ ସମିତିର ସଭାପତି, ସମ୍ପାଦକ, କୃଷି ସଂଗଠନର କର୍ମକର୍ତ୍ତା, ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ  ।

Related Post