Mon. May 20th, 2024

ସଚିନ୍ ଙ୍କ ମହାନତା, ସାଂସଦ ଭାବେ ପାଇଥିବା ସମସ୍ତ ଦରମା ଓ ଭତ୍ତା ଟଙ୍କାକୁ କଲେ ଦାନ

rout.subhashree22@gmail.com' By Subhashree Rout Apr 2, 2018 #Featured
206 Views

ଦେଶ ଦୁନିଆରେ କ୍ରିକେଟ୍ର ଭଗବାନ ବୋଲି ସଚିନଙ୍କୁ ସମସ୍ତେ ଜାଣନ୍ତି । ସଚିନ କେବଳ ଖେଳ ଦୁନିଆରେ ଯେ ନିଜର ଚମକ୍ ଦେଖାଇଛନ୍ତି ତାହା ନୁହେଁ । ଏବେ ରାଜନୀତିରେ ମଧ୍ୟ ସଚିନ୍ ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହାକୁ ନେଇ ସେ ପ୍ରଶଂସା ସାଉଁଟୁଛନ୍ତି । ସଚିନ ଏବେ ରାଜ୍ୟସଭା ସାଂସଦ ଭାବେ ନିଜ କାର୍ଯ୍ୟକାଳ ପୂରଣ କରିଛନ୍ତି । ନିଜର ୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପାଇଥିବା ସମସ୍ତ ଦରମା ଓ ଭତ୍ତା ଟଙ୍କାକୁ ସଚିନ୍ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ଦରମା ବାବଦକୁ ପ୍ରାୟ ୯୦ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ଭତ୍ତାକୁ ସଚିନ ଦାନ କରିଛନ୍ତି । କ୍ରିକେଟ୍ର ଭଗବାନଙ୍କ ଏହି ବଦାନ୍ୟତାକୁ ପିଏମ୍ଓଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ନିଜ ରାଜ୍ୟସଭା ସାଂସଦତାକୁ ନେଇ ସଚିନ ୬ ବର୍ଷ ମଧ୍ୟରେ ବହୁ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ । ହେଲେ ସଚିନଙ୍କ ଏପରି କାର୍ଯ୍ୟ ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛି ।

Related Post