Thu. May 9th, 2024

ବାଘୀ ୨୍, ଜବରଦସ୍ତ ବ୍ୟବସାୟ କରି ୨୦୧୮ର ହେଲା ସବୁଠାରୁ ବଡ ଓପନର୍ ଫିଲ୍ମ

rout.subhashree22@gmail.com' By Subhashree Rout Apr 2, 2018 #Featured
232 Views

ବକ୍ସଅଫିସ୍ ରେ ଜବରଦସ୍ତ ବ୍ୟବସାୟ ଆରମ୍ଭ କରିଛି ବାଘୀ ୨ । ରିଲିଜ୍ ହେବାର ତିନି ଦିନ ମଧ୍ୟରେ ପ୍ରାୟ ୭୩ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି । ଭଲ ବ୍ୟସାୟ କରି ପୂର୍ବରୁ ପରଦା ଉପରକୁ ଆସିଥିବା ପ୍ରାୟ ୯ଟି ଫିଲ୍ମର ରେକର୍ଡ ଭାଙ୍ଗଛି ବାଘୀ ୨ । ଟାଇଗର ଶ୍ରଫ୍ଙ୍କ ଫିଲ୍ମ ବାଘୀ ୨ର ବ୍ୟବସାୟ ଫିଲ୍ମ ସମୀକ୍ଷକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ।

ସମସ୍ତଙ୍କ ଅନୁମାନକୁ ପଛରେ ପକାଇ ଫିଲ୍ମଟି ପ୍ରଥମ ଦିନରେ ୨୫ କୋଟି ଟଙ୍କା ବ୍ୟବସାୟ କରି ୨୦୧୮ର ସବୁଠାରୁ ବଡ ଓପନର୍ ଫିଲ୍ମ ହୋଇପାରିଛି । ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍ କରି କହିଛନ୍ତି କି ବାଘୀ ୨ ଭରତର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣରେ ସଫଳତାର ସହ ଆଗେଇ ଚାଲିଛି । ବାଘୀ ୨ରେ ଟାଇଗର୍ ଓ ଦିଶାଙ୍କ ଜବରଦସ୍ତ ଆକ୍ସନ ସହ ରୋମାନ୍ସ ମଧ୍ୟ ରହିଛି ।

Related Post