Fri. Jun 12th, 2026

ଶିବାଜୀଙ୍କ ଜନ୍ମସ୍ଥାନରୁ ମାଟି ନେଇ ଅଯୋଧ୍ୟା ଯିବେ ଉଦ୍ଧବ

252 Views

ମୁମ୍ବାଇ, ନଭେମ୍ବର ୨୨: କିମ୍ବଦନ୍ତୀ ପୁରୁଷ ମହାରାଜ ଛତ୍ରପତି ଶିବାଜୀଙ୍କ ଜନ୍ମସ୍ଥାନ ଶିବନେରୀ ଦୁର୍ଗରୁ ମାଟି ନେଇ ଅଯୋଧ୍ୟା ଯାତ୍ରା କରିବା ନେଇ ସୂଚନା ଦେଇଛନ୍ତି ଶିବସେନା ମୁଖ୍ୟ। ଆସନ୍ତା ୨୫ ତାରିଖରେ ତାଙ୍କର ଅଯୋଧ୍ୟା ଗସ୍ତ କାର୍ଯ୍ୟକ୍ରମ ଅବସରରେ ସେ ଏହି ମାଟି ନେଇ ଯାତ୍ରା କରିବେ।

ପୂର୍ବରୁ ବିଜୟା ଦଶମୀ କାର୍ଯ୍ୟକ୍ରମରେ ଏହି ଗସ୍ତ ବାବଦରେ ସମ୍ୟକ ସୂଚନା ଦେଇ କହିଥିଲେ ସେ ଅଯୋଧ୍ୟାରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ପ୍ରଶ୍ନ କରିବେ। ଉଦ୍ଧବ ଆଜି ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଜୁନ୍ନର ନିକଟରେ ଥିବା ଶିବନେରୀ ଦୁର୍ଗରୁ ମାଟି ଆଣିବେ ବୋଲି ତାଙ୍କର ଘନିଷ୍ଠ ସହଯୋଗୀ ହର୍ଶଲ୍‌ ପ୍ରଧାନ ସୂଚନା ଦେଇଛନ୍ତି।

ପ୍ରଧାନ କହିଛନ୍ତି, ଶିବାଜୀ ମହାରାଜ କେବଳ ମହାରାଷ୍ଟ୍ର ପାଇଁ ନୁହେଁ ସମଗ୍ର ଦେଶ ପାଇଁ ଆଦର୍ଶ। ସ୍ୱର୍ଗତ ବାଲାସାହେବ୍‌ ଥାକ୍‌ରେ ମଧ୍ୟ ତାଙ୍କ ଆଦର୍ଶରେ ଚଳି ଆସିଛନ୍ତି ଏବଂ ବର୍ତ୍ତମାନ ଉଦ୍ଧବ ମଧ୍ୟ ସେହି ମାର୍ଗରେ ଅଛନ୍ତି।

ମଙ୍ଗଳବାର ଅଯୋଧ୍ୟା ଗସ୍ତକୁ ନଇ ଉଦ୍ଧବ ନିଶ୍ଚିତ ନଥିବା କହୁଥିଲେ ମଧ୍ୟ ପରେ ଏହି ଗସ୍ତ ଚୂଡ଼ାନ୍ତ ହୋଇଛି। ସେ ଅଯୋଧ୍ୟା ପ୍ରସଙ୍ଗରେ ଏକ ନାରା ମଧ୍ୟ ଆରମ୍ଭ କରିଛନ୍ତି। ତାହା ହେଉଛି, “ପେହେଲେ ମନ୍ଦିର, ଫିର ସରକାର”।

By amfnews

Related Post