Wed. Aug 19th, 2026

ପୁଲିସର ଗୁଳିଚୋଟରେ ଅପରାଧୀ ବାଦଲ ଆହତ

199 Views

ଅନୁଗୋଳ, ନଭେମ୍ବର ୨୨: ବୁଧବାର ରାତିରେ ଅନ୍ୟ ଜଣେ ଅପରାଧୀ ସହ ମିଶି କୌଣସି ଅପରାଧ ଘଟାଇବାକୁ ଯୋଜନା କରୁଥିଲା ବାଦଲ ରାଉତ। ତେବେ କୌଣସି ସୂତ୍ରରୁ ସୂଚନା ପାଇ ପୁଲିସ୍ ସେଠାରେ ଚଢ଼ାଉ କରିଥିଲା।

ପୁଲିସ୍‌କୁ ଦେଖି ଖସି ଯିବାକୁ ବାଦଲ ଗୁଳି ଚଳାଇଥିଲା। ହେଲେ ପୁଲିସ୍ ବି ଛାଡ଼ି ନଥିଲା। ପୁଲିସ୍‌ର ପାଲଟା ଗୁଳିରେ ଆହତ ହୋଇଥିଲା ବାଦଲ। ତା ଡାହାଣ ଜଙ୍ଘରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଲିଙ୍ଗରାଜ ଖଣି ନିକଟରେ। ତେବେ ବାଦଲର ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଡା ଅଞ୍ଚଳରେ।ବାଦଲ ନାଁରେ ବିଭିନ୍ନ ଥାନାରେ ରାହାଜାନି ଓ ଡକାୟତି ମାମଲା ରହିଛି।

By amfnews

Related Post