Thu. Jul 30th, 2026

ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର!

180 Views

ଜଳେଶ୍ୱର : ଇଂରାଜୀ ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ସୁବର୍ଣ୍ଣରେଖା ହାଇସ୍କୁଲ୍‌ରେ।

ଶିକ୍ଷକଙ୍କ ମାଡ଼ରେ ଗୁରୁତର ହୋଇପଡ଼ିଥିବା ଛାତ୍ରୀଙ୍କ ନାଁ ଶିବାନୀ ପାତ୍ର। ସେ ଦଶମ ଶ୍ରେଣୀରେ ପଢ଼ନ୍ତି। ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଶିବାନୀଙ୍କ ଭାଇ ରାଜେଶ ପାତ୍ର ଏ ନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୁକ୍ତ ଶିକ୍ଷକଙ୍କ ନାଁ ରମେଶ ଚନ୍ଦ୍ର ଦେ। ଛାତ୍ରୀ ଜଣଙ୍କ କ୍ଲାସ୍‌କୁ ବିଳମ୍ବରେ ଆସିବାରୁ ଶିକ୍ଷକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।  ତେବେ ଏ ଅଭିଯୋଗକୁ  ଶିକ୍ଷକ ଖଣ୍ଡନ କରିଛନ୍ତି। ସେ ଛାତ୍ରୀଙ୍କୁ ଆଦୌ ପିଟି ନଥିବା କହିଛନ୍ତି। କ୍ଲାସ୍ ଚାଲିଥିବା ବେଳେ ସେ (ଗୁରୁତର ଛାତ୍ରୀ) ବାହାରେ ଖେଳୁଥିଲେ ଓ ବିଳମ୍ବରେ ଆସିବାରୁ ତାଙ୍କୁ ଗାଳି କରିଥିଲେ ବୋଲି ଶିକ୍ଷକ ରମେଶ ଚନ୍ଦ୍ର ଦେ କହିଛନ୍ତି।

ବାଲିଆପାଳ ବିଇଓ ନାରାୟଣ ଚନ୍ଦ୍ର ଦାସ କହିଛନ୍ତି, ଗଣମାଧ୍ୟମରୁ ଏ ନେଇ ଖବର ପାଇଛି। ମୋ ପାଖକୁ କୌଣସି ସୂଚନା ଆସିନାହିଁ। ସୂଚନା ଆସିଲେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ।

By amfnews

Related Post