Thu. Jun 11th, 2026

ଟପିଗଲା ସବୁ ସୀମା, ପ୍ରଧାନଶିକ୍ଷକଙ୍କୁ ଗିରଫ କଲା ପୁଲିସ୍

196 Views

ସାଲେପୁର , ନଭେମ୍ବର ୧୭: ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ବିଧବା ପାଚିକାଙ୍କୁ ବାରମ୍ବାର ଅସଦାଚରଣ କରୁଥିଲେ ପ୍ରଧାନଶିକ୍ଷକ। କାହାକୁ କିଛି କହିଲେ ମାରିଦେବାକୁ ଧମକ ଦେଉଥିଲେ। ପୁଅକୁ ଉଠାଇ ନେବେ ବୋଲି ବି କହିଥିଲେ। ବାରମ୍ବାର ଫୋନ୍‌ କରି ଅଶ୍ଳୀଳ ଭାଷାରେ କଥା ମଧ୍ୟ ହେଉଥିଲେ।

ହେଲେ ଗତ ୧୫ ତାରିଖ ଦିନ ସବୁ ସୀମା ଟପି ଗଲେ ପ୍ରଧାନଶିକ୍ଷକ। ସ୍କୁଲ୍‌ରେ ପାଚିକାଙ୍କୁ ପଛପଟୁ ଧରି ତଳେ ପକାଇ ଦେଇଥିଲେ ଓ ତାଙ୍କ ଉପରେ ମାଡ଼ି ବସିଥିଲେ। ପାଚିକା ଜଣଙ୍କ ଚିତ୍କାର କରିବାରୁ ଛାଡ଼ି ଦେଇଥିଲେ। ତେବେ ତାଙ୍କ ଚିତ୍କାର ଶୁଣି ଗାଁ ଲୋକେ ସେଠାରେ ପହଞ୍ଚି ଯାଇଥିଲେ। ଏହା ପରେ ପାଚିକା ଯାଇ ଥାନାରେ ଏତଲା ଦେଲେ। ଅଭିଯୋଗର ତଦନ୍ତ କରି ପୁଲିସ୍ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି।

କଟକ ସାଲେପୁର ଅଞ୍ଚଳରେ ଏ ଘଟଣା ଘଟିଛି। ଗିରଫ ପ୍ରଧାନଶିକ୍ଷକଙ୍କ ନାଁ ସୀତାରାମ ରାଉତ। ସେ ଛୋଟି ନଟରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରନ୍ତି।

ପାଚିକାଙ୍କ ଅଭିଯୋଗ ଅନୁଯାୟୀ, ଗତ ଦୁଇ ବର୍ଷ ହେବ ସେ ଏ ସ୍କୁଲ୍‌ରେ ପାଚିକା ଭାବେ କାର୍ଯ୍ୟ କରି ଆସୁଛନ୍ତି। ପ୍ରଧାନଶିକ୍ଷକ ସୀତାରାମ ରାଉତ ତାଙ୍କୁ ବାରମ୍ବାର ଅସଦାଚରଣ କରୁଥିଲେ। ଲୋକଲଜ୍ଜା ଭୟରେ ସେ କାହାକୁ କିଛି କହୁ ନଥିଲେ। ତେବେ ଥରେ ସେ ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହା ପରେ ଗାଁରେ ବୈଠକ ବସି ଏହାର ସମାଧାନ କରାଯାଇଥିଲା। କିନ୍ତୁ ପ୍ରଧାନଶିକ୍ଷକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା।

By amfnews

Related Post