Fri. Apr 24th, 2026

ଶାଳଗଛ ପକାଇ ଓ ଡିଟୋନେଟର୍‌ ବସାଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି ମାଓବାଦୀ

327 Views

ତୁମୁଡ଼ିବନ୍ଧ  : ପୁଲିସର ଦମନଲୀଳାକୁ ବିରୋଧ କରି କେକେବିଏନ୍‌ ମାଓ ଡିଭିଜନ୍‌ ପକ୍ଷରୁ ଗଛ ପକାଇ ଓ ଡିଟୋନେଟର୍‌ ବସାଇ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି।

ଗୁରୁବାର ରାତି ଦଶଟା ପରେ ମାଓବାଦୀମାନେ ତୁମୁଡ଼ିବନ୍ଧ ଥାନା ଅଧୀନ କୁର୍ତ୍ତମଗଡ଼ ନିଟକବର୍ତ୍ତୀ ତଗାଗାଡ଼ା ଓ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କନ୍ଦିବନ୍ଧା ଠାରେ ରାୟପୁର ଓ ଗୋପାଳପୁର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥରେ ଗୋଟାଏ ଶାଳଗଛ କାଟି ରାସ୍ତାରେ ଅଡ଼ା ପକାଇ ଅବରୋଧ କରିଛନ୍ତି। ଏହା ସହ ଉକ୍ତ ଗଛରେ ଡିଟୋନେଟର୍‌ ମଧ୍ୟ ଖଞ୍ଜିଛନ୍ତି, ଯାହାର ତାର ଗଛର ପତ୍ରଗହଳରୁ ଦେଖାଯାଉଛି।
ପୁଲିସ ପ୍ରତି ଚେତାବନୀ ଦିଆଯାଇ ଥିବା କେତୋଟି ପୋଷ୍ଟର୍‌ ମଧ୍ୟ ମାଓବାଦୀମାନେ ସେଠାରେ ଛାଡ଼ି ଯାଇଛନ୍ତି।

ଫଳରେ ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାକୁ ଯାତାୟାତ କରୁଥିବା ଯାନବାହାନ ଓ ସେଥିରେ ଥିବା ଯାତ୍ରୀମାନେ ଅଟିକି ରହିଛନ୍ତି। ଆଣ୍ଟି ଲ୍ୟାଣ୍ଡ୍‌ମାଇନ୍‌ ସ୍କ୍ଵାଡ୍‌ ପହଞ୍ଚିଲେ ପୁଲିସ ଘଟଣାସ୍ଥଳକୁ ଯାଇ ଅବରୋଧ ହଟାଇବ ବୋଲି ଜଣାପଡ଼ିଛି।

By amfnews

Related Post