Tue. Sep 29th, 2026

ଯାଜପୁର ଉପକାରାଗାର ପାଚେରି ଡେଇଁ ବିଚାରାଧୀନ କଏଦୀ ଚମ୍ପଟ୍‌

333 Views

ଯାଜପୁର : ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ପାଚେରି ଡେଇଁ ଖସି ପଳାଇଛନ୍ତି। ସେ କଏଦୀଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ରାଜେଶ ମୁଣ୍ଡା। ଦୁଷ୍କର୍ମ ମାମଲାରେ ଗିରଫ ହୋଇ ରାଜେଶ ବିଚାରାଧୀନ କଏଦୀ ଭାବେ କାରାଗାରରେ ରହୁଥିଲେ। ଅତି ପ୍ରବଳ ନିରବଚ୍ଛିନ୍ନ ବର୍ଷା ଏବଂ ଘନ ଘନ ବିଜୁଳି କଟୁଥିବାର ସୁଯୋଗ ନେଇ ରଜେଶ ଗତ ସନ୍ଧ୍ୟା ପ୍ରାୟ ୭: ୩୦ ବେଳେ କୌଣସି ମତେ ଜେଲ୍‌ ପାଚେରି ଡେଇଁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି।

ରାତି ନଅଟା ବେଳେ କଏଦୀମାନଙ୍କୁ ଖାଇବାକୁ ଦିଆଯିବା ସମୟରେ ରାଜେଶ ନାହାନ୍ତି ବୋଲି ଜଣାପଡ଼ିଥିଲା। ତୁରନ୍ତ ଜେଲ୍‌ କର୍ତ୍ତୃପକ୍ଷ ଟାଉନ୍‌ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି।

By amfnews

Related Post