Fri. Jul 3rd, 2026

ଲଣ୍ଡନ ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ ଦାୟୀ ବୋଲି ଦାବି କଲା ଆଇଏସ୍‌ଆଇଏସ୍‌

183 Views

ଲଣ୍ଡନ: ଶୁକ୍ରବାର ଦିନ ଦୁଇ ଜଣ ବ୍ୟକ୍ତି ନିହତ ହୋଇଥିବା ଏବଂ ଅନ୍ୟ ତିନି ଜଣ ଆହତ ହୋଇଥିବା ଲଣ୍ଡନ୍‌ ବ୍ରିଜ୍‌ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ବୋଲି ଇସ୍‌ଲାମିକ୍‌ ଷ୍ଟେଟ୍‌ ଦାବି କରିଛି।

ଶନିବାର ଦିନ ଉଗ୍ରପନ୍ଥୀ ସଂଗଠନର ଆମକ୍‌ ଖବର ସରବରାହ ସଂସ୍ଥା କହିଛି ଯେ ୨୮ ବର୍ଷିୟ ଆକ୍ରମଣକାରୀ ଉସ୍‌ମାନ୍‌ ଖାଁ ଇସ୍‌ଲାମିକ୍‌ ଷ୍ଟେଟ୍‌ ଫାଇଟର୍‌ର ଅନ୍ୟତମ ଲଢୁଆ।

କୌଣସି ପ୍ରମାଣ ନ ଦେଇ ଇସ୍‌ଲାମିକ୍‌ ଷ୍ଟେଟ୍‌ କହିଛି ଯେ ଜିହାଦୀ ସଙ୍ଗଠନର ବିରୋଧରେ ମଳିତ ଲଢ଼େଇ କରୁଥିବା ଦେଶର ନାଗରିକମାନଙ୍କୁ ଆକ୍ରମଣ କରିବା ଘଟଣାର ଜବାବ ସ୍ୱରୂପ ଏହି ଆକ୍ରମଣ କରାଯାଇଥିଲା।

ବିବୃତିରେ କୁହାଯାଇଛି: ଲଣ୍ଡନ ଆକ୍ରମଣ କରିଥିବା ବ୍ୟକ୍ତି ଇସ୍‌ଲାମିକ୍‌ ଷ୍ଟେଟ୍‌ର ଯୋଦ୍ଧା, ମେଣ୍ଟ ଦେଶମାନଙ୍କ ନାଗରିକମାନଙ୍କୁ ଆକ୍ରମଣ କରିବାକୁ ଦିଆଯାଇଥିବା ଆହ୍ଵାନର ଜବାବ ସ୍ୱରୂପ ଏହି ଆକ୍ରମଣ କରିଛନ୍ତି।

ଶୁକ୍ରବାର ଅପରାହ୍ଣ ୧: ୫୮ରେ ଲଣ୍ଡନ୍‌ ବ୍ରିଜ୍‌ରେ ଛୁରି ମାରି ଲୋକମାନଙ୍କୁ ଆକ୍ରମଣ କରିଥିବା ଆତଙ୍କବାଦୀ ଖାଁ ପାରୋଲ୍‌ରେ କାରାଗାରରୁ ବାହାରକୁ ଆସିଥିଲେ। ପୁଲିସ ଗୁଳିଚୋଟରେ ତାଙ୍କର ମୃତ୍ୟୁ ଘଟିଛି।

By amfnews

Related Post