Sun. Oct 4th, 2026

ରୋଟାରୀ କ୍ଲବ୍ ରାଉରକେଲା ମିଡ୍ଟାଉନକୁ ୨୦୧୭-୧୮ ବର୍ଷ ପାଇଁ ସ୍ୱୀକୃତିପତ୍ର

234 Views

ରାଉରକେଲା, ୨୩ା୯  : ରୋଟାରୀ କ୍ଲବ୍ ରାଉରକେଲା ମିଡ୍ ଟାଉନକୁ ୨୦୧୭-୧୮ ବର୍ଷ ପାଇଁ ରୋଟାରୀ ଇଣ୍ଟର ନ୍ୟାସନାଲ ସ୍ୱୀକତିପତ୍ର ମିଳିଛି । ସ୍ଥାନୀୟ ବ୍ରାହ୍ମଣୀ କ୍ଲବ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡିଜିଏନ୍ ଏଫ୍.ସି. ମହାନ୍ତି ରୋଟାରୀ ଇଣ୍ଟର ନ୍ୟାସନାଲ ସଭାପତି ତଥା ମିଡ୍ ଟାଉନର ପୂର୍ବତନ ସଭାପତି ଦିପ୍ତୀରଞ୍ଜନ ପଟ୍ଟନାୟକ ଓ ବର୍ତ୍ତମାନର ସଭାପତି ସତୀଶ ଅଗ୍ରୱାଲଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ଏଥିସହ ରାୟପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍ ରାଉରକେଲା ମିଡ୍ ଟାଉନକୁ ୯ ଜିଲା ସମ୍ମାନ ମଧ୍ୟ ମିଳିଛି ।

ଏ ସମସ୍ତ ସମ୍ମାନ ଡିଜିଏନ୍ ଏଫ୍.ସି. ମହାନ୍ତି ଅତିଥିମାନଙ୍କ ଠାରୁ ଗ୍ରହଣ କରିଛନ୍ତି । ପୂର୍ବତନ ସଭାପତି ମନଜିତ ସିଂହ ଆରୋରା ପୁରସ୍କାର ଗ୍ରହଣ କରିବା ସହ ସହାୟତା ପ୍ରଦାନରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି । ପୂର୍ବତନ ସଭାପତି ଏଫ୍.ସି. ମହାନ୍ତି ଉଲ୍ଲେଖନୀୟ ସେବା ପାଇଁ ରୋଟାରୀ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ସଞ୍ଜୟ ପୁରୋହିତ ଓ ଗୌତମ ଶର୍ମାଙ୍କୁ ଜିଲା ସମ୍ମିଳନୀ ସଙ୍ଗଠିତ କରିବା ଓ ଶ୍ରେଷ୍ଠ ଆର୍ସିସି ଗଠନ ଏବଂ ପଲ୍ସ ପୋଲିଓ କ୍ୟାମ୍ପେନରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କ ଅଙ୍ଗୀକାରବଦ୍ଧତାକୁ ଦୃଷ୍ଟିରେ ରଖି ସମ୍ମାନିତ କରାଯାଇଛି ।

ଏହି ଅବସରରେ ଆଲମ ସିଂହ ରୁପ୍ରା ଉପସ୍ଥିତ ରହିବା ସହ କ୍ଲବ୍ ପ୍ରତି ସବୁବେଳେ ସାହାଯ୍ୟ ସହଯୋଗ ଜାରି ରଖିବେ ବୋଲି ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ସଭାପତି ସତୀଶ ଅଗ୍ରୱାଲ ଚଳିତ ବର୍ଷ ସମାଜ ପ୍ରତି ଅଧିକ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ସତୀଶ ଅଗ୍ରୱାଲ, ସମ୍ପାଦକ ଡ.ସୁବୋଧ କୁମାର ମେହେର, ଗୌତମ ଶର୍ମା, ସଞ୍ଜୟ ଅଗ୍ରୱାଲ, ଜିତେନ୍ଦ୍ର ପ୍ରସାଦ, ଅସୀମ ମହାନ୍ତି, ଏଫ୍.ସି. ମହାନ୍ତି, ବିନୟ ଗୁପ୍ତା, ମନଜିତ ସିଂହ ଆରୋରା, ଡି.ଆର୍. ପଟ୍ଟନାୟକଙ୍କ ସମେତ ଆଲମ ସିଂହ ରୁପ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post