Fri. Jul 31st, 2026

ଆର୍ଇସି କ୍ୟାମ୍ପସ େର ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ

300 Views

ରାଉରକେଲା, ୨୩ା୯ : ବିଶ୍ରା ବ୍ଲକ୍ ସ୍ତରୀୟ ବିଦ୍ୟାଳୟ ସମୂହର ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକାଙ୍କର ଖୋ-ଖୋ ପ୍ରତିଯୋଗିତା ଆର୍ଇସି କ୍ୟାମ୍ପସ ନୋଡାଲ ଉଚ୍ଚବିଦ୍ୟାଳୟ ରାଉରକେଲା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଶ୍ରା ବ୍ଲକ୍ ଶିକ୍ଷା ଅଧିକାରୀ ଗୋରେଟି ଟେଟେ ଯୋଗ ଦେଇ ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ ।

ସେ ତାଙ୍କ ଅଭିଭାଷଣରେ ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦୀପ୍ତା ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ପ୍ରତିଯୋଗୀମାନେ ସଫଳତାର ସହ ବ୍ଲକ୍ର ସମ୍ମାନ ରକ୍ଷା ପାଇଁ ପମରାର୍ଶ ଦେଇଥିଲେ । ଆର୍ଇସି ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମର ସଫଳତା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।ବିଦ୍ୟାଳୟର ଶିକ୍ଷକ ସହଦେବ ମହାଖୁଡ ମଞ୍ଚ ପରିଚାଳନା କରିଥିବା ବେଳେ ସେକ୍ଟର-୬ ଏନ୍ଏସି ଏସ୍ଟି ନୋଡାଲ ଉଚ୍ଚବିଦ୍ୟାଳୟର କ୍ରୀଡା ଶିକ୍ଷକ ଜୟ ଚନ୍ଦ୍ର ପଧାନ ଧନ୍ୟବାଦ ଦେଇଥିଲେ ।

କ୍ରୀଡା ଶିକ୍ଷକ ଅଜୟ କୁମାର ରାଉତ, ଗଙ୍ଗାଧର ମହାକୁଡ, ତ୍ରିଲୋଚନ ନାୟକ, ଅଶ୍ୱିନୀ କୁମାର ମିଶ୍ର, ସୁଧାଂଶୁ ଶେଖର ପାତ୍ର, ନିରଞ୍ଜନ ମଲ୍ଲିକ, ନରହରି ପଣ୍ଡା, ଦାମୋଦର ଦାଶ, ପିଟର ଏକ୍କା, ସୁଶାନ୍ତ କୁମାର ବିଶ୍ୱାଳ, ସହଦେବ ସାମନ୍ତ, ସୁଚିତ୍ରା ଦାସ, ମାର୍ଟିନା ଯୋଯୋ, କଳ୍ପନା ମହାତ, ସନ୍ଧ୍ୟାରାଣୀ ପରିଜା, କମଳା ମହାତ, ପ୍ରଫୁଲ୍ଲ ପରିଡା, ପାଉଲସ ତିର୍କୀ, କିଶୋର ତିହାଡି, ଜୟମଙ୍ଗଳ ପଟେଲ, ଲକ୍ଷ୍ମୀଧର ପତି, ରଞ୍ଜିତା ଭେଙ୍ଗରା, ସୋଫିଆ ମିଞ୍ଜ ପ୍ରତିଯୋଗିତାର ସଫଳ ପରିଚାଳନା କରିଥିଲେ ।

By amfnews

Related Post