Sun. Sep 6th, 2026

ରେଳବାଇରେ ୨.୨ ଲକ୍ଷ ନୂଆ ଚାକିରି

431 Views

ନୂଆଦିଲ୍ଲୀ: ଯେଉଁ ବିରୋଧିମାନେ ପ୍ରଶ୍ନ କରୁଛନ୍ତି ଏନଡିଏ ସରକାର ଅମଳରେ ଯଥେଷ୍ଟ ନିଯୁକ୍ତି ସୃଷ୍ଟି ହୋଇ ନାହିଁ,ସେମାନଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି କେନ୍ଦ୍ର ,ଅର୍ଥ ତଥା ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ୍‌। ପୀୟୂଷ ଗୋଏଲ୍‌ ଟାଇମ୍‌ସ ନାଓ ଚାନେଲରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଭାରତୀୟ ରେଳବାଇରେ ଖୁବ୍‌ଶୀଘ୍ର ୨ ଲକ୍ଷ ୨୦ ହଜାର ପଦବୀ ଖାଲି ହେବ ଏବଂ ସେହି ସ୍ଥାନରେ ନୂଆ ଯୁବକ , ଯୁବତୀମାନଙ୍କୁ ନିଯୁକ୍ତି ମିଳିବ। ଆଗରୁ ଭାରତୀୟ ରେଳବାଇରେ ଦେଢ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବାର ପ୍ରକ୍ରିୟା ଜାରି ରହିଛି, ଯାହା ଆଗାମୀ ୮-୯ ମାସ ଭିତରେ ସଂପୂର୍ଣ୍ଣ ହେବ।

କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ କହିଛନ୍ତି ଯେ,ଏଥିରେ ଉଚ୍ଚ ବର୍ଗର ଲୋକମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରଖିବେ। କେନ୍ଦ୍ର ସରକାର ନିଯୁକ୍ତି ସୃଷ୍ଟି ଦିଗରେ ଯଥେଷ୍ଟ ପଦକ୍ଷେପ ଦେଇଛନ୍ତି ବୋଲି ସେ ଜୋର ଦେଇ କହିଛନ୍ତି। ଏଥର ରେଳବାଇ ପରୀକ୍ଷା ସବୁ ଅନ୍‌ଲାଇନ୍‌ରେ ହେବ ଓ ପୁରା ପରୀକ୍ଷାର ଭିଡିଓଗ୍ରାଫି କରାଯିବ ବୋଲି ସେ କହିଛନ୍ତି। ଧୀରେ ଧୀରେ ଯୁବକଙ୍କର ସରକାରୀ ଚାକିରି ପ୍ରତି ଆକର୍ଷଣ କମିଗଲାଣି ବୋଲି ପୀୟୂଷ ଗୋଏଲ୍‌ କହିଛନ୍ତି।

By amfnews

Related Post