Sat. Oct 17th, 2026

ରକ୍ତଚାପକୁ ନିୟନ୍ତ୍ରିତ କରିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

325 Views

ନିମ୍ନ ରକ୍ତଚାପ ଯୋଗୁଁ ଶରୀରରେ ରକ୍ତର ଚାପ କମ୍‌ ଥାଏ। ଏହି କାରଣରୁ ଶରୀରର ଆବଶ୍ୟକୀୟ ଅଙ୍ଗ ଯାଏଁ ସଂପୂର୍ଣ୍ଣ ରକ୍ତ ପହଞ୍ଚ ପାରି ନଥାଏ। ଏହା ଫଳରେ ଶରୀରର ଅଙ୍ଗକୁ ଉପଯୁକ୍ତ ଢ଼ଙ୍ଗରେ କାମ କରି ପାରିନଥାଏ। ଖାଲି ସେତିକି ନୁହେଁ,ଏଥିପାଇଁ ହୃଦୟ,କିଡ଼ନି ଓ ମସ୍ତିଷ୍କ ଆଂଶିକ ରୂପେ କାମ କରିନଥାଏ।

ସାଧାରଣ ରକ୍ତଚାପ ହେଉଛି ୧୨୦/୮୦। ଉତ୍ତେଜନାପୂର୍ଣ୍ଣ ଜୀବନଶୈଳୀରେ ଏହା ଟିକେ ତଳ-ଉପର ହୋଇଥାଏ। କିନ୍ତୁ ଯଦି ରକ୍ତଚାପ ୯୦ରୁ କମ୍‌ ହୋଇଥାଏ,ତେବେ ତା’କୁ ନିମ୍ନ ରକ୍ତଚାପ କୁହାଯାଏ।

ଶରୀରର ଅଙ୍ଗରେ ରକ୍ତ ପ୍ରବାହ ଜନିତ ସମସ୍ୟା ଦେଖା ଦେଲେ ମୁଣ୍ଡ ବିନ୍ଧା ,ଶାରୀରିକ ଦୁର୍ବଳତା ଆଦିର ଲକ୍ଷଣ ପରିଲକ୍ଷିତ ହୁଏ। ରକ୍ତଚାପ ଅସାଧାରଣଭାବେ କମ୍‌ ହେଲେ ହୃଦୟ ଓ ମସ୍ତିଷ୍କର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇଥାଏ।

By amfnews

Related Post