Tue. Aug 4th, 2026

ରାହୁଳ ଗାନ୍ଧୀଙ୍କ ‘ନ୍ୟାୟ’ ଯୋଜନାରେ ପତ୍ନୀଙ୍କ ଭରଣପୋଷଣ ଅର୍ଥ ଦେବି: ଅଦାଲତଙ୍କୁ କହିଲେ ବେକାର ବ୍ୟକ୍ତି

373 Views

ଇନ୍ଦୋର: ଶୁକ୍ରବାର ଦିନ ଇନ୍ଦୋରସ୍ଥିତ ଏକ ପରିବାର ଅଦାଲତଙ୍କୁ ଜଣେ ବ୍ୟକ୍ତି କହିଛନ୍ତି କି, ରାହୁଳ ଗାନ୍ଧୀଙ୍କ ପ୍ରସ୍ତାବିତ ନିଶ୍ଚିତ ଆୟ ଯୋଜନାରେ ପ୍ରାପ୍ତ ଅର୍ଥରେ ଛାଡ଼ପତ୍ର ପାଇଥିବା ପତ୍ନୀ, ଓ ଝିଅର ଭରଣ ପୋଷଣ ବାବଦ ଖର୍ଚ ଦେବି।

ପତ୍ନୀ ଦୀପମାଳାଙ୍କୁ ମାସିକ ୩୦୦୦ ଟଙ୍କା ଏବଂ କନ୍ୟା ଆର୍ଯ୍ୟାଙ୍କୁ ମାସିକ ୧୫୦୦ ଟଙ୍କା ଦେବା ପାଇଁ ଆନନ୍ଦ ଶର୍ମା ନାମକ ସେ ବ୍ୟକ୍ତିଙ୍କୁ ଅଦାଲତ ଆଦେଶ ଦେଇଥିଲେ। କିନ୍ତୁ, ଶର୍ମା ଅଦାଲତଙ୍କୁ ଆବେଦନ କରିଛନ୍ତି ଯେ ସେ ବେକାର ହୋଇଥିବାରୁ ଅଦାଲତଙ୍କ ଆଦେଶ ପାଳିବାକୁ ଅସମର୍ଥ। କିନ୍ତୁ, ସେ ଆବେଦନରେ ଉଲ୍ଲେଖ କରିଛନ୍ତି କି, କଂଗ୍ରେସ କ୍ଷମତାକୁ ଆସି ‘ନ୍ୟାୟ’ ଯୋଜନାରେ ବେକାରମାନଙ୍କୁ ମାସିକ ୬୦୦୦ ଟଙ୍କା ଦେଲେ ସେ ପତ୍ନୀ ଓ କନ୍ୟାଙ୍କୁ ଅର୍ଥ ଦେଇ ପାରିବେ।

ତାଙ୍କ ଆକାଉଣ୍ଟ୍‌ରୁ ପତ୍ନୀଙ୍କ ଆକାଉଣ୍ଟ୍‌କୁ ଟଙ୍କା ଡାଇରେକ୍ଟ୍‌ ଟ୍ରାନ୍‌ସ୍‌ଫର୍‌ କରାଇବାକୁ ସେ ଚାହାନ୍ତି। ତାଙ୍କର ଆବେଦନକୁ ଅଦାଲତ ଗ୍ରହଣ କରିଛନ୍ତି ଏବଂ ଏପ୍ରିଲ୍‌ ୨୯ ତାରିଖରେ ତା’ର ଶୁଣାଣି କରାଯିବ।୨୦୦୬ରେ ଆନନ୍ଦ ଦୀପମାଳାଙ୍କୁ ବାହା ହୋଇଥିଲେ। ମନାନ୍ତର ଯୋଗୁଁ କିଛି ମାସ ପରେ ଦୀପମାଳା ସ୍ୱାମୀଙ୍କ ବିରୋଧରେ ମାମଲା ଦାଏର କରିଥିଲେ।

By amfnews

Related Post