Sun. Sep 13th, 2026

ଆରଜେଡି ବିଧାୟକ ସଭାରେ ଆତଙ୍କବାଦୀ ମାସୁଦ୍‌ ଆଝାରକୁ କହିଲେ ‘ସାହେବ୍‌’

315 Views

ପାଟନା: କେବଳ ବିହାରରେ ନୁହେଁ ବରଂ ସାରା ଦେଶରେ ଏବେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିର ଜଣେ ବିଧାୟକ କୁଖ୍ୟାତ ଆତଙ୍କବାଦୀ ମାସୁଦ୍‌ ଆଝାରଙ୍କୁ ସାହେବ ବୋଲି କହି ଚର୍ଚ୍ଚାର ବିଷୟ ବନିଛନ୍ତି। ବିହାରର କିସନଗଂଜ ସଭାରେ ଭାଷଣ ଦେବାବେଳେ ଆରଜେଡି ବିଧାୟକ ହାଜି ସୁଭାନ୍‌ କହିଛନ୍ତି ଯେ ମାସୁଦ୍‌ ଆଝାର ସାହେବଙ୍କୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାବେଳେ ଚୀନ୍‌ ଭିଟୋ ପ୍ରୟୋଗ କରିଛି। ଚୀନ୍‌ ଭିଟୋ ଏଇଥିପାଇଁ ଲଗାଇଛି, କାରଣ ଆଝାର ଜଣେ ଆତଙ୍କବାଦୀ ନୁହଁନ୍ତି। କିନ୍ତୁ ଏଯାଏଁ ଚୀନ ବିରୁଦ୍ଧରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଗୋଟିଏ ଶବ୍ଦ ବି କହି ନାହାଁନ୍ତି।

ଭାରତରୁ ୫୦ ହଜାର କୋଟି ଟଙ୍କାର ଆମଦାନି ଚୀନ ପାଖକୁ ଯାଉଛି। ଏହାକୁ ରୋକିବା ଲାଗି କାହିଁକି କୌଣସି ନେତା କିଛି କହୁନାହାଁନ୍ତି ବୋଲି ବିଧାୟକ ହାଜି ସୁଭାନ୍‌ ପ୍ରଶ୍ନ କରିଛନ୍ତି।ଏହି ସଭାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ବିହାରର କିଶନଗଂଜ ଲୋକସଭା ଆସନ ମୁସଲମାନ ବହୁଳ ହୋଇଥିବା ହେତୁ ଏଠାରୁ ଜେଡିୟୁ ମେହବୁବ୍ ଅସରଫଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ଜେପି ମୁଖପାତ୍ର ଶାହନବାଜ୍‌ ହୁସେନ୍‌ ନିର୍ବାଚନ ଲଢୁଥିଲେ।

By amfnews

Related Post