Tue. Sep 15th, 2026

ରାଜ୍ୟସଭା ନିର୍ବାଚନ ବାଲାଟ ପେପରେ ‘ନୋଟା’ ବିକଳ୍ପ ରହି ପାରିବ ନାହିଁ- ସୁପି୍ରମ କୋର୍ଟ

410 Views

ନୂଆଦିଲ୍ଲୀ: ରାଜ୍ୟ ସଭାରେ ରହିବ ନାହିଁ ‘ନୋଟା’( ନନ୍‌ ଅଫ ଦ ଏବଭ) ବିକଳ୍ପ। ଏ ନେଇ ଆଜି ନିର୍ବାଚନ କମିସନଙ୍କ ନୋଟିସକୁ ସୁପି୍ରମକୋର୍ଟ ଖାରିଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏଏମ ଖନଓ୍ଵିଲକର ଓ ଜଷ୍ଟିସ ଡିି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ବେଞ୍ଚ ଆଜି ( ମଙ୍ଗଳବାର) ନିର୍ବାଚନ କମିସନଙ୍କ ରାଜ୍ୟସଭା ନିର୍ବାଚନ ବାଲାଟ ପେପରରେ ନୋଟା ବିକଳ୍ପ ରଖାଯିବା ସମ୍ପର୍କିତ ଏହି ନୋଟିସକୁ ଖାରଜ କରିବା ସହିତ ରାଜ୍ୟସଭା ନିର୍ବାଚନରେ ବାଲାଟ ପେପରରେ ‘ନୋଟା’ ବ୍ୟବସ୍ଥା ରହି ପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।

ଜଷ୍ଟିସ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌ କୋର୍ଟ ବେଞ୍ଚ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟସଭା ନିର୍ବାଚନଦ୍ୱାରା ପରୋକ୍ଷ ଭାବେ ସମାନୁପାତିକ ଭାବେ ରାଜ୍ୟ ଗୁଡ଼ିକ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଉଥିବାରୁ ଏଥିରେ ନୋଟା ବିକଳ୍ପ ପାଇଁ ସୁଯୋଗ ଦିଆଯାଇ ପାରିବ ନାହିଁ।

ସୂଚନାଯୋଗ୍ୟ ଯେ ଗୁଜୁରାଟ ବିଧାନସଭାରେ କଂଗ୍ରେସ ଦଳର ମୁଖ୍ୟ ଛାଟିଆ ଶୈଳେଶ ମନୁଭାଇ ପାରମାର ରାଜ୍ୟରେ ଅନୁଷ୍ଠିତ ଗତ ରାଜ୍ୟସଭା ନିର୍ବାଚନ ସମୟରେ ସୁପିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରି ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରସ୍ତୁୁତ ବାଲାଟ ପେପରେ ‘ନୋଟା’ ବିକଳ୍ପ ଥିବାରୁ ଏହାକୁ ଚାଲେଞ୍ଜ କରିଥିଲେ। ଏହି ମାମଲାର ବିଚାର କରି ସର୍ବୋଚ୍ଚ ଅଦାଲତ ଉପରୋକ୍ତ ରାୟ ଦେଇଛନ୍ତି।

By amfnews

Related Post