Tue. Aug 4th, 2026

ପ୍ରତିଦିନ ଗୋଟିଏ ପିଜୁଳି ଖାଇଲେ ଶରୀର ରହିବ ନିରୋଗ

341 Views

ଆମ ସମସ୍ତଙ୍କୁ ଜଣା ଯେ ପିଜୁଳି ଦେହପାଇଁ ଭଲ। ତେବେ ଆପଣ କ’ଣ ଜାଣନ୍ତି କି ଯେ ପିଜୁଳି ଖାଇଲେ ଭଲ ନିଦ ହେବ। ଖାଦ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ପିଜୁଳି ହେଉଛି ଭିଟାମିନ୍‌ ଓ ମିନେରାଲସ୍‌ ର ଶକ୍ତି କେନ୍ଦ୍ର। କୁହାଯାଏ ଯେ ଶହେ ଗ୍ରାମ୍‌ ପିଜୁଳିରେ ଯେତିକି ପରିମାଣରେ ଭିଟାମିନ୍‌ ଓ ମିନେରାଲସ ଅଛି, ତାହା ଶରୀରର ଆବଶ୍ୟକତା ପୂରଣ କରିପାରେ। ଏଥିରେ ଭିଟାମିନ୍‌ ବି-୯ ମଧ୍ୟ ରହିଛି, ଯାହା ଶରୀରର କୋଷ ଓ ଡି.ଏନ୍‌ଏ ର ଓଜନ ହ୍ରାସ କରିବାକୁ ଦରକାର।

ପିଜୁଳିରେ ଅଧିକ ମାତ୍ରାରେ ଫାଇବର୍‌ ଥିବା ହେତୁ ତାହା ସେବନ କରିଲେ କୋଷ୍ଠକାଠିନ୍ୟତା ଦୂର ହୋଇଥାଏ। ପିଜୁଳିରେ ପଟାସିଅମ୍‌ର ମାତ୍ରା ବି ଅଧିକ। ଯେଉଁମାନେ ନିୟମିତ ପିଜୁଳି ଖାଆନ୍ତି, ସେମାନେ କାମ କରିବାବେଳେ ସହଜରେ ଥକି ପଡ଼ନ୍ତି ନାହିଁ। ଏଥିରେ ପ୍ରଚୁର ଆଣ୍ଟି ଅକ୍ସିଡେଣ୍ଟର ତତ୍ତ୍ୱ ଥିବା ହେତୁ ତାହା ରୋଗ ପ୍ରତିରୋଧକ କ୍ଷମତାରେ ମଧ୍ୟ ଭରପୁର।

ନିୟମିତଭାବେ ପିଜୁଳି ଖାଇଲେ ଥଣ୍ଡା, କାଶ ହୁଏ ନାହିଁ। ତ୍ୱଚା ପାଇଁ ପିଜୁଳି ବେଶ୍‌ ଉପକାରୀ, କାରଣ ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ଓ ଆଇରନ୍‌ ଥାଏ। ପ୍ରତିଦିନ ପିଜୁଳି ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ତା’ଛଡା କୋଲେଷ୍ଟ୍ରଲର ସ୍ତର ମଧ୍ୟ ନିୟନ୍ତ୍ରିତ ହୋଇ ରହେ।

By amfnews

Related Post