Fri. Jun 12th, 2026

ରାଜ୍ୟରେ ବନ୍ୟାର କୌଣସି ସମ୍ଭାବନା ନାହିଁ : ଜଳସମ୍ପଦ ବିଭାଗ ସଚିବ

183 Views

ଭୁବନେଶ୍ବର  : ରାଜ୍ୟରେ ବନ୍ୟା ହେବାର କୌଣସି ସମ୍ଭାବନା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା କହିଛନ୍ତି । ହୀରାକୁଦରେ ଏବେ ଜଳସ୍ତର ୬୨୦ ଫୁଟ ରହିଥିବା ସେ ସୂଚନା ଦେଇଛନ୍ତି।

Image result for pradeep jena ias orissa

ସୂଚନାଯୋଗ୍ୟ ଲଗାଣ ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା । ମହାନଦୀର ଉପର ମୁଣ୍ଡରେ ଅଧିକ ବର୍ଷା କାରଣରୁ ଏହାରୁ ଜଳସ୍ତର ଅଧିକ ରହିଥିଲା । ଏହାକୁ ଆଖି ଆଗରେ ରଖି ପର୍ଯ୍ୟାୟ କ୍ରମେ ୨୦ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରା ଯାଇଥିଲା ।ଏବେ ୫ଟି ବନ୍ଦ ଅଛିଏବଂ ୫ଟି ଗେଟ ଖୋଲା ଅଛି। ସେସବୁକୁ ବି ବନ୍ଦ କରାଯିବ ବୋଲି ସୂଚନା ମିଳିଛି।

ମହାନଦୀର ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ଼ ବନ୍ୟା ଭୟ ନାହିଁ। ପ୍ରାୟ ସମସ୍ତ ନଦୀରେ ଜଳସ୍ତର ବିପଦ ସଂକେତଠାରୁ ବହୁ ତଳେ ରହିଛି। ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ପଶ୍ଚିମ ଓଡ଼ିଶାରେ ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀ ସମେତ ରାଜ୍ୟର ସମସ୍ତ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଏବେ ନଦୀର ଜଳସ୍ତର କମିଛି। ପାଣିପାଗ ବିଭାଗ ବି ପୂର୍ବାନୁମାନ କରିଛି ଯେ, ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ସେଭଳି ବଡ଼ଧରଣର ବର୍ଷା ନାହିଁ। ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରଫ୍ ଲାଇନ୍ ଦୁର୍ବଳ ହୋଇ ଯାଇଥିବାରୁ ଏହାର ପ୍ରଭାବରେ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଯେଉଁ ବଡ଼ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଥିଲା ତାହା ଏବେ ଟଳିଯାଇଛି।

By amfnews

Related Post